Durga Puja: ମା’ଙ୍କ ଆଗମନର ବାର୍ତ୍ତା ଦେଲାଣି କାଶତଣ୍ଡୀ

13 hours ago 2
ARTICLE AD BOX

ଆଶ୍ବିନ ମାସ ଆରମ୍ଭ…ମା’ ଆସିବେ…ଘରେଘରେ ପୂଜାର ମାହୋଲ୍…ପିଠାପଣା, କିଣାବିକା ସବୁ ଆରମ୍ଭ ହୋଇଯିବ। ଗାଁଠୁ ସହର ପର୍ଯ୍ୟନ୍ତ ହୋଇଉଠିବ ଉତ୍ସବମୁଖର। କୋଇଠି ମୂର୍ତ୍ତି ତିଆରି ଆରମ୍ଭ ହେଲାଣି ତ, ଆଉ କୋଉଠି ତୋରଣ ବନ୍ଧା ଚାଲିଛି। ମା’ଙ୍କ ଅଳଙ୍କାଗୁଡ଼ିକୁ ସଫା କରିବାରେ ବ୍ୟସ୍ତ ଅଛନ୍ତି କାରିଗର। କେବଳ ମାନବ ନୁହେଁ, ପ୍ରକୁତି ବି ସ୍ବାଗତ କରିବାକୁ ସଜ ହୋଇଯାଇଛି। 

କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ

କଥାରେ ଅଛି, ‘କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ, ସରୋବରେ ଫୁଟିଅଛି କୁମୁଦ କମଳ’। ମା’ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ। ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ। ନଦୀପଠା ଠାରୁ ଆରମ୍ଭ କରି ରାସ୍ତାକଡ଼ ପର୍ଯ୍ୟନ୍ତ ସବୁଠି ଭରିଦେଇଛି ସୌନ୍ଦର୍ଯ୍ୟତା।

ସ୍ବର୍ଗରୁ ମର୍ତ୍ତ୍ୟକୁ ଓହ୍ଲାଇବେ ଜଗତଜନନୀ ମା ଦୁର୍ଗା। ଚଉଦିଗରେ ଏବେ ଭରି ରହିଛି ମାଳମାଳ କାଶତଣ୍ଡୀ। ସତେ ଯେମିତି ରାସ୍ତାକଡ଼ରୁ ଦୂରଦିଗନ୍ତ ପର୍ଯ୍ୟନ୍ତ ଧରଣୀ ରାଣୀ ଓଢ଼ି ହୋଇ ବସିଛି ଧଳା ଚାଦର। ସୁଲୁସୁଲିଆ ପବନର ଦୋଳି ଖେଳୁଥିବା କାଶତଣ୍ଡୀକୁ ଦେଖି କ୍ଷଣିଏ ଅଟକି ଯାଉଛନ୍ତି ସଭିଏଁ। ଲାଗୁଛି ମଥା ହଲାଇ ହଲାଇ ମା’ଙ୍କୁ ଡାକୁଛି ଯେମିତି।

World Peace Conference: ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ: ଯୋଗ, ଆଧ୍ୟାତ୍ମିକତା ଓ ମାନବତାର ସେବା ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ

ଏହିଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରେଖା ପାଞ୍ଚମୀରେ କାଶତାଣ୍ଡି ଫୁଲର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ। ଆଉ କାଶତଣ୍ଡିର ତିଆରି ଚାମରରେ ମା ଦୁର୍ଗା ଧରବତାରଣ କରନ୍ତି ବୋଲି ବିଶ୍ୱାସ ରହିଛି। ଶରତ ଋତୁରେ ଆଗମନ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ କାଶତଣ୍ଡି ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟ ସଦା ବିକିରଣ କରିଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.