drowning incident ରାଇରଙ୍ଗପୁରରେ ପାଣିରେ ବୁଡ଼ି ଯୁବକ ମୃତ, ନଦୀରେ ଭାସି ଆଉ ଜଣେ ନିଖୋଜ

20 hours ago 5
ARTICLE AD BOX

ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ):  ରାଇରଙ୍ଗପୁର ପୁଲିସ ଜିଲ୍ଲା ଅନ୍ତର୍ଗତ ବହଳଦା ଥାନା ଅନ୍ତର୍ଗତ ନେଉତି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଗାର୍ଦୀ ସର୍ଦ୍ଦାରଙ୍କ ପୁଅ ଗଙ୍ଗା ସର୍ଦ୍ଦାର(୨୩) ବୋଲି ଜଣାପଡ଼ିଛି।

child drowning ଘର ସମ୍ମୁଖ ଗାଡ଼ିଆରେ ବୁଢ଼ି ଭାଇଭଉଣୀ ମୃତ

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଯୁବକ ଶବକୁ ଉଦ୍ଧାର କରିଥିଲେ। ବହଳଦା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲା। ପରେ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। 

River Drowning: କାବେରୀ ନଦୀରେ ବୁଡ଼ି ଗୋଟିଏ ପରିବାରର ୪ ଜଣଙ୍କ ସମେତ ୫ ମୃତ

ଯୁବକ ଜଣକ ଗତ ବୁଧବାର ଠାରୁ ଘରୁ ବାହାରି ଆଉ ଫେରିନଥିଲେ। ଆଜି(ଶୁକ୍ରବାର) ସକାଳୁ ତାଙ୍କ ଘର ପାଖ ପୋଖରୀରେ ଭାସୁଥିବାର ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏନେଇ ବହଳଦା ଥାନାରେ କେସ ନଂ ୧୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Youth drowns in canal: ନାଳରେ ଭାସିଗଲେ ଯୁବକ, ପତ୍ତା ମିଳୁନି

ସେହିପରି ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ନିକଟରେ ଥିବା ଏକ ନଈରେ ଭାସିଯାଇ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ପୌରପରିଷଦର ୱାର୍ଡ ୧୩ ର ଅବସରପ୍ରାପ୍ତ ଶିକ୍ଷକ ଜନକ ନନ୍ଦଙ୍କ ପୁଅ ଜଣ୍ଟି ନନ୍ଦ (୨୩) ରାଇରଙ୍ଗପୁର ଅଞ୍ଚଳର କିଛି କାଉଡିଆଙ୍କ ସହିତ ଜଳ ଆଣିବାକୁ ଯାଇଥିଲେ। ତେବେ ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ନିକଟରେ ନଦୀର ବନ୍ୟା ଜଳରେ ଭାସି ଯାଇଛନ୍ତି। ରରୁଆଁ ପୋଲିସ ଓ ଶୁକ୍ରୁଳି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରାଯାଇନାହିଁ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.