drowning incident କେଳୁଣୀ ମୁହାଣରେ ଭାସିଯାଇ ମାଲକାନଗିରି ଯୁବକଙ୍କ ମୃତ୍ୟୁ

57 minutes ago 1
ARTICLE AD BOX

ଅସ୍ତରଙ୍ଗ(ବିପିନ ବିହାରୀ ଦାସ):  କେଳୁଣୀ ମୁହାଣ ନିକଟରେ ସମୁଦ୍ରରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣକ ମାଲକାନଗିରିଜିଲ୍ଲା ମାଥିଲ୍ ଅଞ୍ଚଳର ରାମ ଭୋମିଆ(୨୨) ବୋଲି ଜଣାଯାଇଛି। 

ନଦୀରେ ଭାସିଯିବା ପରେ ଗତକାଲି ଠାରୁ ସେ ନିଖୋଜ ଥିଲେ।  ସ୍ଥାନୀୟ ଲୋକେ ଆଜି (ଶୁକ୍ରବାର) କେଳୁଣୀ ମୁହଁ ନିକଟରୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଅସ୍ତରଙ୍ଗ ପୁଲିସ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସମେତ ଶବ ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

Drawn: ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ଯାଇ ଯୁବକ ନିଖୋଜ

ସୂଚନାନୁସାରେ, ରାମ ଭୋମିଆ ଓ ଅନ୍ୟଜଣେ ଯୁବକ ୧୫ ଦିନ ତଳେ  ଅସ୍ତରଙ୍ଗ ବ୍ଲକ୍‌ କଣମଣରେ ଜୈନକ ବ୍ୟକ୍ତିଙ୍କ ଚିଙ୍ଗୁଡ଼ି ଘେରିରେ କାମ କରିବାକୁ କାମ କରିବାକୁ ଆସିଥିଲେ | କାମ ଅନୁସାରେ ପାରିଶ୍ରମିକ ନମିଳିବା ବା ଅନ୍ୟ କୌଣସି କାରଣରୁ କାମ କରିବାକୁ ଅନିଚ୍ଛା ପ୍ରକାଶ କରି ଗତକାଲି ଖସି ପଳାଇଥିଲେ। କଣମଣରୁ କେଳୁଣୀ ମୁହାଣ ଦେଇ ତଣ୍ଡାହର ରାସ୍ତାକୁ ଯିବାର ଥିଲା।  ପ୍ରାୟତଃ ଏହି ରାସ୍ତାରେ ମାଛ ଧରୁଥିବା ଲୋକମାନେ ପାଣିରେ ପଶି ଯାତାୟାତ କରିଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ଦୁର୍ଭାଗ୍ୟବଶତଃ ବୁଡ଼ିଯାଇଥାନ୍ତି। ଏ ଦୁଇଜଣ ପାଣିରେ ପଶି ଗଲା ବେଳେ ପାଣି ଅଧିକ ଥିବାରୁ ସାଥିରେ ଥିବା ଯୁବକ ପହଁରି କୂଳକୁ ଯିବାରେ ସକ୍ଷମ ହୋଇଥିଲେ, କିନ୍ତୁ ରାମକୁ ମୁହାଣରେ ପ୍ରବାହିତ ହେଉଥିବା ସ୍ରୋତ ଗଭୀର ପାଣି ଭିତରୁ ଟାଣିନେଇଥିଲା।

drowning incident ମହେନ୍ଦ୍ରତନୟା ନଦୀରେ ବୁଡ଼ି ଯୁବକ ମୃତ

ପାରିହୋଇଥିବା ଯୁବକ ଏହା ଦେଖି ସ୍ଥାନୀୟ ଲୋକଙ୍କୁ ସହାୟତା ନିମନ୍ତେ କହିଥିଲେ। ଲୋକମାନେ ଗତକାଲି ବିଳମ୍ବିତ ରାତି ଯାଏଁ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କୁ ଠାବ କରାଯାଇପାରିନଥିଲା। ଆଜି କେଳୁଣୀ ମୁହାଣର କିଛି ଦୂରରେ ମୃତ ଅବସ୍ଥାରେ ମିଳିଥିଲା | ବହୁ ସମୟରେ ସେଠାରେ ଅଘଟଣ ଘଟୁଥିଲା ବେଳେ ପୁଣି ଏକ ମୁଣ୍ଡ ନେଲା ମୁହାଁ ବୋଲି ସମସ୍ତେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.