ARTICLE AD BOX
କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକର ପ୍ରମୁଖ ଜନବସତି ଓ ବ୍ୟବସାୟିକ ଗ୍ରାମ ରିଷିଡାକୁ ପାନୀୟଜଳ ଯୋଗାଇବା ପାଇଁ ତେରେସିଂହାର ତେଲ ନଦୀ ଠାରେ ଇନଟେକ ୱେଲ ଖୋଳାଯାଇଛି । ଏଠାରୁ ପ୍ରାୟ ଦୁଇ ବର୍ଷ ହେଲା ରିଷିଡା ପେଟ୍ରୋଲ ଟାଙ୍କି ନିକଟସ୍ଥ ଓଭରହେଡ ପାଣିଟାଙ୍କିକୁ ନଦୀ ପାଣି ଯାଇଥାଏ । ସେଠାରୁ ରିଷିଡାର ପ୍ରମୁଖ ଅଞ୍ଚଳ ସମେତ ସଲଣ୍ଡିଆମୁଣ୍ଡା, ମାତୃପୁରୀ, ଗାନ୍ଧୀନଗରପଡା, କଲୋନୀପଡା, ଡେଲିମାର୍କେଟ ଏରିଆ, କୁମ୍ଭାରପଡା, କନ୍ଧପଡାର କିଛି ଅଂଶ ଆଦି ଅଞ୍ଚଳକୁ ପାନୀୟଜଳ ପାଇପ ଯୋଗେ ଯୋଗାଇ ଦିଆଯାଉଛି ।
ଶହ ଶହ ଲୋକେ ବ୍ୟବହାର କରୁଛନ୍ତି
କିନ୍ତୁ ବିଡମ୍ବନାର କଥା ନଦୀ ଠାରେ ନର୍ମିତ ଇନଟେକ ୱେଲର ଉପର ସ୍ଲାବରେ ଏକାଧିକ କଣା ହେବା ସହ ଝରକା କବାଟ ଖୋଲା ପଡିଛି ଯାହାଦ୍ୱାରା ବିଷାକ୍ତ ସରୀସୃପ, ସାପ ଆଦି ପଶିବାର ଆଂଶକା ରହିଛି । ଯେହେତୁ ଏହି ପାଣିକୁ ଶହ ଶହ ଲୋକେ ପାନୀୟ ଜଳ ବ୍ୟବହାର କରୁଛନ୍ତି । ତାହା କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହି ପରିସର ମଧ୍ୟ ବିଭିନ୍ନ ଲତାଗୁଳ୍ମରେ ପରିପୂର୍ଣ୍ଣ ରହିଛି। ପୁଣି ବିଦ୍ୟୁତ ଯନ୍ତ୍ରାଂଶ (ପେନାଲବୋର୍ଡ, ସୁଇଚବୋର୍ଡ) ତଳେ ରଖାଯାଇଥିବାରୁ ଅନେକ ସମୟରେ ମୂଷା ତାର କାଟି ଦେଉତିବାରୁ ଜଳ ଯୋଗାଣ ବିଳମ୍ବତ ହୋଇଥାଏ । ତାହାକୁ ଉପଯୁକ୍ତ ସ୍ଥାନରେ ରଖାନଯାଇ ତଳେ ରଖାଯିବା ବିସ୍ମୟ ସୃଷ୍ଟି କରୁଛି । ଇନଟେକୱେଲ ସର୍ବଦା ନିରାପତ୍ତା ଓ ସୁରକ୍ଷିତ ରହିବା କଥା ।
Road: ଭୂତମୁଣ୍ଡା-ଇଚ୍ଛାପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ପୁଣି ଏହାର ସ୍ଲାବ ମଧ୍ୟ କଂକ୍ରିଟକରଣ କରାନଯାଇ ଇଟାରେ ପରିବେଷ୍ଟିତ ଥିବାରୁ ପାଣି ଉଠାଇବାକୁ ଯାଉଥିବା କର୍ମଚାରୀ ବା ବ୍ୟକ୍ତି କେତେବେଳେ କୂଅ ଭିତରକୁ ଗଳି ପଡିବା ବିଚିତ୍ର ନୁହେଁ । ସମସ୍ତ ଭିତ୍ତିଭୂମିର ବିକାଶ ସହ ସ୍ୱତନ୍ତ୍ର ଏଷ୍ଟିମେଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ହେଉଥିବା ବେଳେ ଏପରି ଖାମଖିଆଲି ମନୋଭାବ ହେତୁ ମଣିଷ ପାଇଁ କେତେ ଯେ ବିପଦ ସୃଷ୍ଟି କରିବ ତାହା ଚିନ୍ତାଜନକ ବୋଲି ମତ ପ୍ରକାଶ ପାଇଛି । ଏନେଇ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବୀହେଉଛି ।

2 hours ago
1


