ARTICLE AD BOX
ଦିଲ୍ଲୀରେ ଆୟୋଜିତ ୱାର୍ଲଡ୍ କଂଗ୍ରେସ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସମ୍ମିଳନୀରେ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ୍ ଲିଭର୍ ସାଇନ୍ସେସ୍ର ଡାକ୍ତର ଆଶୁତୋଷ ମହାପାତ୍ର ଯୋଗଦେଇ ‘ଆର୍ଲି ଗ୍ୟାଷ୍ଟ୍ରିକ୍ କ୍ୟାନସର୍’ ଉପରେ...
/sambad/media/media_files/2026/10/02/02bbs_57_02102026_112-2026-10-02-20-00-12.jpg)
ଭୁବନେଶ୍ବର: ଦିଲ୍ଲୀରେ ଆୟୋଜିତ ୱାର୍ଲଡ୍ କଂଗ୍ରେସ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସମ୍ମିଳନୀରେ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ୍ ଲିଭର୍ ସାଇନ୍ସେସ୍ର ଡାକ୍ତର ଆଶୁତୋଷ ମହାପାତ୍ର ଯୋଗଦେଇ ‘ଆର୍ଲି ଗ୍ୟାଷ୍ଟ୍ରିକ୍ କ୍ୟାନସର୍’ ଉପରେ ବକ୍ତବ୍ୟ ରଖିଥିଲେ। ସେ ନୋବେଲ ବିଜେତା ପ୍ରଫେସର ବ୍ୟାରି ମାର୍ଶାଲଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।
ଉଭୟଙ୍କ ମଧ୍ୟରେ ଏଚ୍. ପାଇଲୋରି ଜୀବାଣୁ ଓ ଗ୍ୟାଷ୍ଟ୍ରିକ୍ କ୍ୟାନସର୍ ସହ ତାହାର ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା। ଓଡ଼ିଶା ସମେତ ପୂର୍ବ ଭାରତରେ ତାହାର କିଭଳି ସ୍କ୍ରିନିଂ କରାଯାଇପାରିବ ସେ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ଏହି ଆଲୋଚନାରୁ ପ୍ରେରଣା ନେଇ ସାଇ ଇନଷ୍ଟିଚ୍ୟୁଟ୍ରେ ଖୁବ୍ଶୀଘ୍ର ଏଚ୍. ପାଇଲୋରି ଚିହ୍ନଟ ପାଇଁ ପାଇଟେଷ୍ଟ ନାମକ ୟୁରିଆ ବ୍ରେଥ୍ ଟେଷ୍ଟକୁ ଖୁବ୍ଶୀଘ୍ର ଉପଲବ୍ଧ କରାଯିବ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

58 minutes ago
2


