ARTICLE AD BOX
ୱାସିଂଟନ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଉଦାହରଣ ଭାବେ ନେଇ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭକୁ ସମାଲୋଚନା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତରେ ସୁଧହାର ତୁଳନାତ୍ମକ ଭାବେ କମ୍ ଥିବାରୁ ଅର୍ଥନୀତି ପ୍ରାୟ ୭ ପ୍ରତିଶତ ହାରରେ ବଢ଼ୁଥିବା ସେ କହିଛନ୍ତି। ଆମେରିକାରେ ସୁଧହାର ହ୍ରାସ କରାଗଲେ ଅର୍ଥନୈତିକ ଅଭିବୃଦ୍ଧି ୧୪ରୁ ୧୫ ପ୍ରତିଶତ, ଏପରିକି ୨୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରନ୍ତା ବୋଲି ଟ୍ରମ୍ପ ଦାବି କରିଛନ୍ତି।
ସୁଧହାର ବଢ଼ାଇବା ପରିବର୍ତ୍ତେ ହ୍ରାସ କରିବା ଉଚିତ
ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ଆମେରିକାରେ ସୁଧହାର ଅଧିକ ରହିବା ପଛରେ ଫେଡେରାଲ୍ ରିଜର୍ଭର ନୀତି ଦାୟୀ। ଦେଶର ଅର୍ଥନୈତିକ ସ୍ଥିତି ଭଲ ହେଲେ ସୁଧହାର ବଢ଼ାଇବା ପରିବର୍ତ୍ତେ ହ୍ରାସ କରିବା ଉଚିତ। ମାତ୍ର ଫେଡେରାଲ୍ ରିଜର୍ଭ ଏହାର ଓଲଟା କରୁଛି। ଏହି ନୀତି ଦେଶର ଅର୍ଥନୈତିକ ସମ୍ଭାବନାକୁ ସୀମିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ଅର୍ଥନୈତିକ ସଂଖ୍ୟାଗୁଡ଼ିକ ଭଲ ଥିବା ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବଢ଼ାଇବା ପରିବର୍ତ୍ତେ କମାଇବା ଆବଶ୍ୟକ।
କେନ୍ଦ୍ରୀୟ ବ୍ୟାଙ୍କ ସହିତ ଟ୍ରମ୍ପଙ୍କ ମତଭେଦ
ଏହି ପରିପ୍ରେକ୍ଷୀରେ ଟ୍ରମ୍ପ ଫେଡେରାଲ ରିଜର୍ଭର ପୂର୍ବତନ ଅଧ୍ୟକ୍ଷ ଆଲାନ ଗ୍ରିନସ୍ପାନଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। ଅର୍ଥନୀତିର ସଂଖ୍ୟାଗୁଡ଼ିକ ଭଲ ଥିବାରୁ ସେ ଗ୍ରିନସ୍ପାନ ସୁଧହାର କମାଇଥାନ୍ତେ ବୋଲି ଟ୍ରମ୍ପ ମତ ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଯଦି ତାଙ୍କ ପସନ୍ଦର ଆଭିମୁଖ୍ୟ ଗ୍ରହଣ କରନ୍ତା ତାହେଲେ ଆମେରିକା ଉଲ୍ଲେଖନୀୟ ଭାବେ ଉଚ୍ଚ ଅଭିବୃଦ୍ଧି ହାସଲ କରନ୍ତା ବୋଲି ସେ କହିଛନ୍ତି। ଆମେରିକାର ଜିଡିପି ଅଭିବୃଦ୍ଧି ୪ ପ୍ରତିଶତ ପରିବର୍ତ୍ତେ ୧୫ କିମ୍ବା ୨୦ ପ୍ରତିଶତ ହୋଇଥାନ୍ତା।
ଗୁଳିମାଡ଼ର ଶିକାର ଅଧିକାରୀ ସିପି ନୌଟିୟାଲ
ଉଲ୍ଲେଖଯୋଗ୍ୟ, ସୁଧ ହାରରେ ଯେତିକି ହ୍ରାସ ଟ୍ରମ୍ପ ଚାହୁଛନ୍ତି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ତାହା କରୁନାହିଁ। ସେଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସହିତ ଟ୍ରମ୍ପଙ୍କ ଦୀର୍ଘଦିନ ହେଲା ମତଭେଦ ରହିଛି। ସୁଧ ହାର ହ୍ରାସ ପାଇଁ ଟ୍ରମ୍ପ ଦାବି କରୁଥିବାବେଳେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଗତ ସେପ୍ଟେମ୍ବରରେ ଏଥିରେ ୦.୨୫ ପ୍ରତିଶତ ବୃଦ୍ଧି କରିଥିଲା। ଏପରିକି ଅକ୍ଟୋବର ୨୮ରେ ହୋଇଥିବା ବୈଠକରେ ସୁଧ ହାରକୁ ଅପରିବର୍ତ୍ତିତ ରଖାଯାଇଥିଲା।

7 hours ago
3


