Donald Trump: ଭାରତର ଆର୍ଥିକ ବିକାଶକୁ ପ୍ରଶଂସା କଲେ ଟ୍ରମ୍ପ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ବିକାଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଭାରତ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛି ବୋଲି ସେ କହିଛନ୍ତି। ଗତବର୍ଷ ଜୁଲାଇ ମାସରେ ସେ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହିବା ପରେ ଏବେ ତାଙ୍କ ମତ ବଦଳାଇଛନ୍ତି। ଆମେରିକାର ସ୍ବାଧୀନତା ଦିବସ ପୂର୍ବରୁ ସିଏନ୍‌ବିସିକୁ ଦେଇଥିବା ସାକ୍ଷାତ୍‌କାରରେ ଟ୍ରମ୍ପ କହିଛନ୍ତି କେତେକ ଦେଶ ଅଛନ୍ତି ଯେଉଁମାନଙ୍କର ଅର୍ଥନୀତି ଭଲ ପ୍ରଦର୍ଶନ କରୁଛି। ସେଥିରେ ଭାରତ ଅନ୍ୟତମ।

ଭାରତର ଅଭିବୃଦ୍ଧି ୭ରୁ ୮ ପ୍ରତିଶତ ରହିଛି। ଆମେରିକାକୁ ଅଧିକ ହାରରେ ବଢ଼ିବାକୁ ଦିଆଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସାକ୍ଷାତ୍‌କାର ସମୟରେ ସେ ଆମେରିକା ଅର୍ଥନୀତିର ସାମର୍ଥ୍ୟକୁ ଦର୍ଶାଇବା ସହିତ ସୁଧ ହାର ସମ୍ପର୍କରେ ଫେଡେରାଲ ରିଜର୍ଭର ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ଏଥିପାଇଁ ଭାରତର ଉଦାହରଣ ଦେଇଥିଲେ। ଭଲ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଥିବା ଦେଶଗୁଡ଼ିକରେ କଠୋର ମୁଦ୍ରାନୀତି ଗ୍ରହଣ କରି ତାହାକୁ ବ୍ୟାହତ ପହଞ୍ଚାଇବା ଅନାବଶ୍ୟକ ବୋଲି ସେ ମତ ଦେଇଛନ୍ତି।

War: ଯୁଦ୍ଧବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ; ତେହେରାନ ଅନୁମୋଦନ କଲା

ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ୪ ପ୍ରତିଶତରେ ରହିବାର କୌଣସି କାରଣ ନାହିଁ। ଜିଡିପି ଅଭିବୃଦ୍ଧି ୧୨ରୁ ୧୩ ପ୍ରତିଶତ ହେବା ଆବଶ୍ୟକ। ତଥାପି ଆମେରିକା ସୁବର୍ଣ୍ଣ ଯୁଗରେ ରହିଛି। ପୂର୍ବାପେକ୍ଷା ‌ଏବେ ଦେଶରେ ଅଧିକ କଳ କାରଖାନା ନିର୍ମାଣ ହେଉଛି। ନିଯୁକ୍ତି ରେକର୍ଡ ସ୍ତରରେ ରହିଛି। ଷ୍ଟକ ମାର୍କେଟ୍‌ ନୂଆ ସ୍ତରରେ ପହଞ୍ଚିଛି ଏବଂ ଆମେରିକୀୟମାନଙ୍କ ଅବସରକାଳୀନ ସଞ୍ଚୟ ଦ୍ରୁତଗତିରେ ବୃଦ୍ଧି ପାଇଛି। ତାଙ୍କର ପୂର୍ବ ରାଷ୍ଟ୍ରପତିତ୍ବ ଅମଳ ତୁଳନାରେ ଏବେ ଆମେରିକା ଅର୍ଥନୀତିର ପ୍ରଦର୍ଶନ ଭଲ ରହିଛି ବୋଲି ଟ୍ରମ୍ପ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.