Donald Trump: ଖେମିନିଙ୍କ ଅନ୍ତିମ ସଂସ୍କାର ନେଇ ଟ୍ରମ୍ପଙ୍କ ଉତ୍ତେଜକ ବୟାନ

1 hour ago 1
ARTICLE AD BOX

ୱାସିଂଟନ/ତେହେରାନ: ଇରାନର ସ୍ୱର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ୬ ଦିନିଆ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ପ୍ରକ୍ରିୟା ଜାରି ରହିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଛନ୍ତି। ଆଜି ଏକ ସଭାକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ଆମେ ଇରାନକୁ ସମ୍ପୂର୍ଣ୍ଣ ରୂପେ ଛାରଖାର କରିଦେଇଛୁ ଏବଂ ସେମାନେ ଏବେ ବୁଝାମଣା କରିବାକୁ ବ୍ୟାକୁଳ ହେଉଛନ୍ତି। ଆମେ ଦୟା ଦେଖାଇ ସେମାନଙ୍କୁ ଅନ୍ତିମ ସଂସ୍କାର ପାଇଁ ଗୋଟିଏ ସପ୍ତାହର ଛୁଟି ଦେଇଛୁ।

ଇରାନରେ ପ୍ରାୟ ୩୬ ବର୍ଷ ଧରି ଶାସନ କରିଥିବା ଆୟାତୋଲ୍ଲା ଅଲି ଖେମିନି ଗତ ଫେବୃଆରି ୨୮ ତାରିଖରେ ଆମେରିକା ଓ ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ଏବଂ ଏହା ପରେ ପଶ୍ଚିମ ଏସିଆରେ ଏକ ଭୟାବହ ଯୁଦ୍ଧ ଆରମ୍ଭ ହୋଇଥିଲା। ଇସଲାମିକ ନିୟମ ଅନୁଯାୟୀ ମୃତଦେହକୁ ୨୪ ଘଣ୍ଟା ମଧ୍ୟରେ ସଂସ୍କାର କରାଯିବା କଥା, ମାତ୍ର ଯୁଦ୍ଧ ସ୍ଥିତି ଯୋଗୁଁ ଏହାକୁ ଦୀର୍ଘ ୪ ମାସ ଧରି ସ୍ଥଗିତ ରଖାଯାଇଥିଲା। ଗତ ମାସରେ ଆମେରିକା-ଇରାନ ମଧ୍ୟରେ ହୋଇଥିବା ଚୁକ୍ତି ପରେ ବର୍ତ୍ତମାନ ଆକ୍ରମଣ ବନ୍ଦ ରହିଛି ଏବଂ ଇରାନ ପକ୍ଷରୁ ଆମେରିକା ସ୍ୱାଧୀନତାର ୨୫୦ ତମ ବାର୍ଷିକୀ ଅର୍ଥାତ ଜୁଲାଇ ୪ ତାରିଖକୁ ହିଁ ଏହି ଶୋକଯାତ୍ରା ପାଇଁ ଚୟନ କରାଯାଇଛି। ଆଗାମୀ ଜୁଲାଇ ୭ରେ ପବିତ୍ର ସହର କୋମ୍‌ରେ ଏକ ବିଶାଳ ଶୋକସଭା ପରେ ଜୁଲାଇ ୯ରେ ସ୍ୱର୍ଗତ ନେତାଙ୍କ ଜନ୍ମସ୍ଥାନ ମସହାଦ ସହରରେ ସଂସ୍କାର ସମ୍ପନ୍ନ ହେବ।

Funeral: ଇରାନରେ ଅଲ୍ଲୀ ଖେମିନିଙ୍କ ଛଅଦିନିଆ ଅନ୍ତ୍ୟେଷ୍ଟି ପାଇଁ ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥା

ତେହେରାନର ଗ୍ରାଣ୍ଡ ମୋସାଲ୍ଲା କମ୍ପ୍ଲେକ୍ସରେ ସ୍ୱର୍ଗତ ନେତାଙ୍କ ଶେଷ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି। ଏହି ଶୋକାକୁଳ ପରିବେଶ ମଧ୍ୟରେ ଜନତାଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଛି। ଶୋକସଭାରେ ସାମିଲ ଅନେକ ନାଗରିକଙ୍କ ହାତରେ ‘କିଲ୍ ଟ୍ରମ୍ପ’ (ଟ୍ରମ୍ପଙ୍କୁ ହତ୍ୟା କର) ଲେଖାଥିବା ପ୍ଲାକାର୍ଡ ରହିଛି। ସାରା ଦେଶରେ ଖେମିନିଙ୍କ ବଡ଼ ବଡ଼ ବିଲ୍‌ବୋର୍ଡ ଏବଂ ପୋଷ୍ଟର ଲଗାଯାଇଛି। ଇରାନର ବର୍ତ୍ତମାନର ସର୍ବୋଚ୍ଚ ନେତା ମୋଜତବା ଖେମିନି ସୁରକ୍ଷା କାରଣରୁ ନିଜ ପିତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି।

ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣ ଓ କଡ଼ା ନଜର ରଖିବା ଆଶଙ୍କା ଯୋଗୁଁ ମୋଜତବାଙ୍କ ସର୍ବସାଧାରଣରେ ଉପସ୍ଥିତି ବିପଦପୂର୍ଣ୍ଣ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ଶୋକସଭାରେ ଖେମିନିଙ୍କ ମୁଖ୍ୟ କଫିନ ନିକଟରେ ଏକ ଛୋଟ କଫିନ ରଖାଯାଇଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହା ହେଉଛି ଖେମିନିଙ୍କ ୧୪ ମାସର ନାତୁଣୀର ମୃତଦେହ, ଯିଏ ଆମେରିକୀୟ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିଲା। ଏହା ସହିତ ତାଙ୍କ ପରିବାରର ଅନ୍ୟ ମୃତ ସଦସ୍ୟଙ୍କ କଫିନ ମଧ୍ୟ ସେଠାରେ ରଖାଯାଇଛି।

ଖେମିନିଙ୍କ ଅନ୍ତ୍ୟେଷ୍ଟିରେ ଦଳାଚକଟା ଆଶଙ୍କା 
ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ପରଲୋକ ପରେ ତାଙ୍କର ମହାଶୋଭାଯାତ୍ରାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଖେମିନିଙ୍କ ଶେଷଯାତ୍ରା ସମୟରେ ଅତ୍ୟଧିକ ଭିଡ଼ ଯୋଗୁଁ ଦଳାଚକଟା କିମ୍ବା ପ୍ରବଳ ଗରମରେ ପ୍ରାୟ ୧,୫୦୦ରୁ ୩,୦୦୦ ଲୋକଙ୍କ ମୃତ୍ୟୁ ଘଟିପାରେ ବୋଲି ଏକ ଗୁପ୍ତ ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ଇରାନର ଜାତୀୟ ସଙ୍କଟ ପରିଚାଳନା ବିଭାଗ ଏବଂ ଇରାନ ରେଡ୍ କ୍ରେସେଣ୍ଟ ପକ୍ଷରୁ ଉପ-ରାଷ୍ଟ୍ରପତି ମହମ୍ମଦ-ରେଜା ଆରେଫଙ୍କୁ ଲିଖିତ ଏକ ଗୁପ୍ତ ଚିଠି ଲିକ୍ ହେବା ପରେ ଏହି ସୂଚନା ମିଳିଛି। ସମ୍ଭାବ୍ୟ ଦଳାଚକଟା ଏବଂ ଜୀବନହାନି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ସ୍ୱରୂପ ତେହେରାନର ସବୁଠାରୁ ବଡ଼ କବରସ୍ଥାନ ‘ବେହେଷ୍ଟ-ଇ-ଜହରା’ରେ ପୂର୍ବରୁ ହିଁ ହଜାର ହଜାର କବର ଖୋଳାଯାଇ ସାରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.