Dog: ଶିଶୁକନ୍ୟାକୁ କୁକୁର ଝୁଣିଦେଲେ: ଦେଢ଼ମାସ ତଳେ ୯ବର୍ଷ ଶିଶୁର ଖପୁରି ଉପାଡ଼ିଥିଲେ

1 month ago 16
ARTICLE AD BOX

ପାଟପୁର: ଗଞ୍ଜାମଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଅଞ୍ଚଳରେ ଏବେ ବୁଲାକୁକୁରଙ୍କ ଦୌରାତ୍ମ୍ୟ ଚିନ୍ତାର କାରଣ ହୋଇଛି। ଆଜି ପାଟପୁର ଥାନା ଅଧୀନ ମହାନଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଥମଶ୍ରେଣୀରେ ପଢ଼ୁଥିବା ୫ ବର୍ଷର ଶିଶୁକନ୍ୟାକୁ ବୁଲାକୁକୁର ପଲ ଝୁଣିଦେଇଛନ୍ତି। ଚିକିତ୍ସା ପରେ ଗୁରୁତର ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ପାଟପୁର ଗ୍ରାମର ରଞ୍ଜନ ସାହୁଙ୍କ ୫ ବର୍ଷର ଝିଅ ଆଜି ମଧ୍ୟାହ୍ନରେ ବିଦ୍ୟାଳୟ ପଛପଟକୁ ପରିସ୍ରା କରିବାକୁ ଯାଇଥିବା ବେଳେ ହଠାତ୍ କୁକୁର ପଲ ଦଳବଦ୍ଧ ଭାବେ କାମୁଡ଼ି ଝୁଣିପକାଇଥିଲେ।

Health: ୪୦୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କଲା ବେଦାନ୍ତ ଆଲୁମିନିୟମ

କୁକୁରଙ୍କ ଭୁକା ଓ ଶିଶୁର ଚିତ୍କାର ଶୁଣି ଶିକ୍ଷକ, ଶିକ୍ଷୟିତ୍ରୀ ଓ କିଛି ସ୍ଥାନୀୟ ଲୋକ ଦୌଡ଼ି ଆସି କୁକୁରପଲ ହାବୁଡ଼ରୁ ଶିଶୁକନ୍ୟାକୁ ଉଦ୍ଧାର କରି ତୁରନ୍ତ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଗତ ମେ ୨୩ ତାରିଖରେ ଅନ୍ୟ ଏକ ଘଟଣାରେ ମହାନଳା ଗ୍ରାମର ୯ ବର୍ଷର ଶିଶୁ ଆରିସ ଗୌଡ଼ ଘର ବାହାରେ ଖେଳୁଥିବା ବେଳେ କୁକୁର ପଲ ଝୁଣି ଖପୁରିକୁ ଉପାଡ଼ି ପକାଇଥିଲେ। ସେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଗତ ଜୁନ ୧୬ ତାରିଖରେ ପାଗଳ ମାଙ୍କଡ଼ ଆକ୍ରମଣରେ ନିସ୍ତିପୁର ଗ୍ରାମର ୧୨ ଜଣ ଆହତ ହୋଇଥିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପ୍ରଶାସନ ଏ ଦିଗରେ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

Egypt The Octagon: ଇଜିପ୍ଟର ଦି ଅକ୍ଟାଗନ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.