Dharmasala: ଭିଜିଲାନ୍ସ ଜାଲରେ ଧର୍ମଶାଳା ଏବିଇଓ: ଭୁବନେଶ୍ବରରୁ ଗଞ୍ଜାମ ଯାଏଁ ୩ଟି ବହୁତଳ କୋଠା, ୧୯ଟି ପ୍ଲଟ୍‌

54 minutes ago 1
ARTICLE AD BOX

ଯାଜପୁର/ଧର୍ମଶାଳା: ମାସିକ ଦରମା ମାତ୍ର ୧ହଜାର ଟଙ୍କାରୁ ଆରମ୍ଭ ହୋଇଥିଲା ସରକାରୀ ଚାକିରି। ପ୍ରାୟ ୩୯ବର୍ଷର ଚାକିରି ଜୀବନରେ ସହକାରୀ ଶିକ୍ଷକରୁ ପ୍ରଧାନଶିକ୍ଷକ ଏବଂ ପରେ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ (ଏବିଇଓ) ପଦରେ ପହଞ୍ଚିଥିବା ଜଣେ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଆଖି ଟେରା ହୋଇଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଏବିଇଓ ଜୟଦେବ ଜେନା ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ସମ୍ପତ୍ତି ଉପରେ ଚଢ଼ଉ ବେଳେ ଠାବ ହୋଇଛି ତିନିଟି ବହୁତଳ କୋଠା, ୧୯ଟି ମୂଲ୍ୟବାନ ଜମି ପ୍ଲଟ୍‌, ହୀରା ସୁନାଗହଣା ଓ ଏକାଧିକ ଗାଡ଼ି। ଠାବ ହୋଇଥିବା ସମ୍ପତ୍ତିର ପ୍ରକୃତ ମୂଲ୍ୟ ଆକଳନ କରିବାକୁ ଭିଜିଲାନ୍ସ ନାକେଦମ୍‌ ହୋଇଛି। 

Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ

ଆଜି ସକାଳେ ଭିଜିଲାନ୍ସର ଏକାଧିକ ଟିମ୍‌ ଶ୍ରୀ ଜେନା ଓ ତାଙ୍କ ପରିବାର ସଦସ୍ୟଙ୍କ ୭ଟି ଠିକଣାରେ ଏକକାଳୀନ ଚଢ଼ଉ କରିଥିଲା। ଭୁବନେଶ୍ୱରର ପାତ୍ରପଡ଼ାରେ ୪,୩୦୦ ବର୍ଗଫୁଟରେ ନିର୍ମିତ ତିନିମହଲା ବିଳାସପୂର୍ଣ୍ଣ କୋଠା, ଗଞ୍ଜାମ ଜିଲ୍ଲା ପି. ନୂଆଗାଁରେ ୩,୮୫୦ ବର୍ଗଫୁଟରେ ନିର୍ମିତ ଦୁଇମହଲା କୋଠା ଓ ସେହିଠାରେ ୭,୧୦୦ ବର୍ଗଫୁଟର ଆଉ ଏକ କୋଠା ଠାବ ହୋଇଛି। ସେହିପରି ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରେ ମୋଟ ୧୯ଟି ମୂଲ୍ୟବାନ ପ୍ଲଟ୍‌ ରହିଛି। ଗୋଟିଏ ଟାଟା ନେକ୍ସନ୍‌ କାର୍‌ ଓ ଦୁଇଟି ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି। ସୁନାଗହଣାର ଓଜନ କରାଯାଉଥିବା ବେଳେ ବିଭିନ୍ନ ବ୍ୟାଙ୍କ ଜମା ଓ ଅନ୍ୟ ମାଧ୍ୟମରେ ହୋଇଥିବା ନିବେଶ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ତେଣୁ ଠାବ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ସମ୍ପର୍କରେ ସୂଚନା ମିଳିପାରିନାହିଁ। 

ଭୁବନେଶ୍ବରରୁ ଗଞ୍ଜାମ ଯାଏଁ ୩ଟି ବହୁତଳ କୋଠା, ୧୯ଟି ପ୍ଲଟ୍‌
ଜବତ ତାଲିକାରେ ହୀରା, ସୁନାଗହଣା, ନେକ୍ସନ୍‌ କାର୍‌ ଓ ୨ଟି ବାଇକ୍‌

Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍‌ମ୍ୟାନ୍‌ ମାସ୍କ

୧୯୬୯ ମେ ୫ରେ ଜନ୍ମଗ୍ରହଣ କରିଥିବା ଜୟଦେବ ୨୫ ଅଗଷ୍ଟ ୧୯୮୭ରେ ପୁନର୍ବାସ ଥଇଥାନ ଯୋଜନାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଡିଆଇ (ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ)ଙ୍କ ଅଧୀନରେ ସହକାରୀ ଶିକ୍ଷକ ଭାବେ ଚାକିରିରେ ଯୋଗଦେଇଥିଲେ। ସେତେବେଳେ ତାଙ୍କ ମାସିକ ଦରମା ଥିଲା ମାତ୍ର ୧ହଜାର ଟଙ୍କା। ୧ ମାର୍ଚ୍ଚ ୨୦୧୪ରେ ସେ ପ୍ରଧାନଶିକ୍ଷକ ପଦକୁ ପଦୋନ୍ନତି ପାଇ ଛତ୍ରପୁର କନିଆରିବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ ହୋଇଥିଲେ। ୧୩ ନଭେମ୍ବର ୨୦୨୦ରେ ଗଞ୍ଜାମ ଜିଲ୍ଲାର କେ. ବରିଡ଼ା ନୋଡାଲ୍‌ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିଲା। ୩ ମାର୍ଚ୍ଚ ୨୦୨୩ରେ ସେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ୍‌ର ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ  ୩୦ ନଭେମ୍ବର ୨୦୨୪ରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌କୁ ବଦଳି କରାଯାଇଥିଲା। ପାତ୍ରପଡ଼ାରେ ଥିବା କୋଠା, ଗଞ୍ଜାମର ପି. ନୂଆଗାଁର ଦୁଇଟି କୋଠା, ବୁରୁଝରିରେ ଜଣେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରିର ଜନନୀ ବିହାରରେ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର, ଯାଜପୁରର ଜାରକାରେ ଥିବା ଭଡ଼ାଘର ଏବଂ ସେଠାରେ ଥିବା ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚଢ଼ଉ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.