India in Fourth Place: ଚତୁର୍ଥ ସ୍ଥାନରେ ଭାରତ: ଶୀର୍ଷ ୧୦ଟି ଗାଡ଼ି ଉତ୍ପାଦନକାରୀ ଦେଶ

50 minutes ago 1
ARTICLE AD BOX

ଏବେ ବିଶ୍ୱ ଅଟୋମୋବାଇଲ୍ ବଜାରରେ ଅନେକ ପରିବର୍ତ୍ତନ ଦେଖାଦେଇଛି। ଏଭଳି ସମୟରେ ଯାତ୍ରୀବାହୀ କାର୍‌, ବାଣିଜ୍ୟିକ ଯାନବାହନ ଓ ବିଭିନ୍ନ ବୈଦ୍ୟୁତିକ ଯାନ ଉତ୍ପାଦନ କ୍ଷେତ୍ରରେ କେତେକ ଦେଶ ପ୍ରଭୁତ୍ବ ବଜାୟ ରଖିଛନ୍ତି। ‘ଭିଜୁଆଲ୍‌ କ୍ୟାପିଟାଲିଷ୍ଟ’ ୱେବ୍‌ସାଇଟ୍‌ ୨୦୨୫ରେ ବିଶ୍ୱ ସ୍ତରରେ ଗାଡ଼ି ଉତ୍ପାଦନ କ୍ଷେତ୍ରରେ ଶୀର୍ଷ ୧୦ଟି ଦେଶର ତାଲିକା ପ୍ରକାଶ କରିଛି।

Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ

ଏହି ତାଲିକାରେ ଚୀନ୍‌ ପ୍ରଥମ ସ୍ଥାନରେ ରହିଛି। ଏହି ଦେଶ ବାର୍ଷିକ ୩ କୋଟି ୪୫ ଲକ୍ଷ ୩୦ ହଜାର ୭୩୮ ଗାଡ଼ି ଉତ୍ପାଦନ କରି ବିଶ୍ୱ ବଜାରକୁ ନିୟନ୍ତ୍ରଣ କରୁଛି କହିଲେ ଚଳେ। ଏହା ପଛକୁ ବାର୍ଷିକ ୧ କୋଟି ୨ ଲକ୍ଷ ୪୩ ହଜାର ୮୪୪ (୧୦ ନିୟୁତରୁ ଅଧିକ) ଗାଡ଼ି ଉତ୍ପାଦନ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା ଓ ୮୪ ଲକ୍ଷ ଗାଡ଼ି ଉତ୍ପାଦନକାରୀ ଜାପାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଟୟୋଟା ଓ ହୋଣ୍ଡା ଭଳି ପ୍ରସିଦ୍ଧ ବ୍ରାଣ୍ଡ୍‌ ଯୋଗୁଁ ଜାପାନ ଏକ ପ୍ରମୁଖ ଗାଡ଼ି ରପ୍ତାନିକାରୀ ଦେଶ ପାଲଟିଛି। ଭାରତ ପ୍ରାୟ ୬୪ ଲକ୍ଷ ୯୦ ହଜାରରୁ ଅଧିକ ଯାନ ଉତ୍ପାଦନ ସହ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛି, ଯାହା ଏ କ୍ଷେତ୍ରରେ ନିଜର ଦ୍ରୁତ ଅଭିବୃଦ୍ଧି ପ୍ରଦର୍ଶନ କରିଛି।

Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍‌ମ୍ୟାନ୍‌ ମାସ୍କ

ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଲଗ୍‌ଜୁରି ବ୍ରାଣ୍ଡ୍‌ ପାଇଁ ଜଣାଶୁଣା ଜର୍ମାନି ପଞ୍ଚମ ସ୍ଥାନରେ ଥିବାବେଳେ ହୁଣ୍ଡାଇ-କିଆ ଗ୍ରୁପ୍‌ ପାଇଁ ପ୍ରସିଦ୍ଧ ଦକ୍ଷିଣ କୋରିଆ ଷଷ୍ଠ ସ୍ଥାନ ଅଧିକାର କରିଛି ଓ ତା’ ପଛରେ ରହିଛି ମେକ୍ସିକୋ। ତଥ୍ୟ ଅନୁସାରେ, ଜର୍ମାନି ବାର୍ଷିକ ୪୧.୫ ଲକ୍ଷ ଗାଡ଼ି ଉତ୍ପାଦନ କରୁଥିବା ବେଳେ ଦକ୍ଷିଣ କୋରିଆ ୪୧ ଲକ୍ଷ ଓ ମେକ୍ସିକୋ ୪୦ ଲକ୍ଷ ଗାଡ଼ି ଉତ୍ପାଦନ କରୁଛି। ଅନ୍ୟପକ୍ଷରେ, ୨୬.୪ ଲକ୍ଷ ଗାଡ଼ି ଉତ୍ପାଦନକାରୀ ବ୍ରାଜିଲ୍‌, ୨୨.୭ ଲକ୍ଷ ଗାଡ଼ି ଉତ୍ପାଦନକାରୀ ସ୍ପେନ୍‌ ଓ ୧୪.୬ ଲକ୍ଷ ଗାଡ଼ି ଉତ୍ପାଦନକାରୀ ଫ୍ରାନ୍‌ସ ତା’ ପଛରେ ରହିଛନ୍ତି। ଭାରତୀୟ ଗାଡ଼ି ଉତ୍ପାଦନ କିଛି ବର୍ଷ ହେଲା ୭.୯ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ଏହାକୁ ଦ୍ୱିତୀୟ ଦ୍ରୁତତମ ଅଭିବୃଦ୍ଧିଶୀଳ ଗାଡ଼ି ଉତ୍ପାଦନକାରୀର ପରିଚୟ ଦେଇଛି। ୨୦୨୫ରେ ଭାରତରେ ୪୫ ଲକ୍ଷ ଯାତ୍ରୀବାହୀ ଯାନବାହନ ବିକ୍ରି ହୋଇଥିଲା ଏବଂ ୮୬୦,୦୦୦ ଯାତ୍ରୀବାହୀ ଯାନ ରପ୍ତାନି କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.