Delhi HC Orders Sonam Wangchuk: ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ମେଦାନ୍ତ ହସ୍ପିଟାଲ ପଠାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

2 months ago 14
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍‌ ଘଟଣାକୁ ନେଇ ଆଜକୁ ୨୪ ଦିନ ଧରି ଆମରଣ ଅନଶନ କରୁଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଚିକିତ୍ସା ପ୍ରୋଟୋକଲ ଅନୁଯାୟୀ ମେଦାନ୍ତ ହସ୍ପିଟାଲର ଚିକିତ୍ସକମାନେ ୱାଙ୍ଗଚୁକଙ୍କ ଚିକିତ୍ସା କରିବେ ଏବଂ ୱାଙ୍ଗଚୁକଙ୍କୁ ମଧ୍ୟ ଚିକିତ୍ସକ ଦଳଙ୍କ ପରାମର୍ଶ ପାଳନ କରିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହାଇକୋର୍ଟର ଏକକ ଖଣ୍ଡପୀଠ ସଫଦରଜଙ୍ଗ ହସ୍ପିଟାଲରୁ ୱାଙ୍ଗଚୁକଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ନ ଦେବାରୁ, ଏହାକୁ ଚ୍ୟାଲେଞ୍ଜ କରି ତାଙ୍କ ପତ୍ନୀ ଗୀତା ଆଙ୍ଗମୋ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ କେନ୍ଦ୍ର ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ ଯେ, ୱାଙ୍ଗଚୁକଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲେ ସରକାରଙ୍କର କୌଣସି ଆପତ୍ତି ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ କହିଥିଲେ ଯେ, ୱାଙ୍ଗଚୁକଙ୍କୁ ଲଗାତାର ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ରଖାଯିବା ଆବଶ୍ୟକ। ସେହିପରି ମେଦାନ୍ତ ହସ୍ପିଟାଲର ଚିକିତ୍ସକଙ୍କ ପରାମର୍ଶ ବିନା ତାଙ୍କୁ ଡିସ୍‌ଚାର୍ଜ ନ କରିବାକୁ ମଧ୍ୟ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ, ନିଟ୍‌ ପେପର ଲିକ୍‌ ଘଟଣାକୁ ନେଇ ସରକାର ବିରୋଧରେ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ତୀବ୍ର ହୋଇଥିବାବେଳେ ୱାଙ୍ଗଚୁକଙ୍କ ଆମରଣ ଅନଶନ ମଙ୍ଗଳବାର ୨୪ତମ ଦିନରେ ପହଞ୍ଚିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.