Deepak Dhar: ୨୦୨୬ ପାଇଁ ଡିରାକ୍‌ ମେଡାଲ ଜିତିଲେ ପ୍ରଫେସର ଦୀପକ ଧର୍‌

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ଆଇଆଇଏନ୍‌ଏସ୍‌ଏର ଜଣେ ବିଶିଷ୍ଟ ପ୍ରଫେସର ଓ ଭାରତର ସବୁଠାରୁ ସମ୍ମାନିତ ପଦାର୍ଥବିଜ୍ଞାନୀ ଦୀପକ ଧରଙ୍କୁ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରିଟାଲ୍ ଫିଜିକ୍ସ (ଆଇସିଟିପି) ଦ୍ୱାରା ୨୦୨୬ ପାଇଁ ଡିରାକ୍ ମେଡାଲ ପ୍ରଦାନ କରାଯାଇଛି। ଡିରାକ୍‌ ମେଡାଲକୁ ପଦାର୍ଥ ବିଜ୍ଞାନ କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ମଧ୍ୟରେ ବିବେଚିତ କରାଯାଏ। ୧୯୮୫ ମସିହାରେ ପ୍ରତିଷ୍ଠିତ ଏହି ପୁରସ୍କାର ଦଶନ୍ଧି ଧରି ଥିଓରିଟିକାଲ ଫିଜିକ୍ସରେ ଷ୍ଟିଫେନ ହକିଙ୍ଗସ୍ ସମେତ କିଛି ବଡ଼ ନାମ ସହିତ ଜଡିତ ହୋଇଆସୁଛି। ଚଳିତ ବର୍ଷ ଷ୍ଟାଟିଷ୍ଟିକାଲ ମେକାନିକ୍ସରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ମନୋନୀତ ଚାରି ଜଣ ପଦାର୍ଥ ବିଜ୍ଞାନୀଙ୍କ ମଧ୍ୟରେ ଧର୍‌ ଅନ୍ୟତମ। ବିଶିଷ୍ଟ ବୈଜ୍ଞାନିକ ପଲ୍‌ ଡିରାକ୍‌ଙ୍କ ସମ୍ମାନରେ ପ୍ରତିବର୍ଷ ଅଗଷ୍ଟ ୮ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଉଛି।

ପ୍ରଫେସର ଦୀପକ ଧର୍‌ ୧୯୫୧ ମସିହାରେ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଜନ୍ମଗ୍ରହଣ କରିଥିଲେ। ଧର୍‌ ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବା ପରେ ଆଇଆଇଟି କାନପୁରରୁ ଏମ୍‌ଏସ୍‌ସି କରିଥିଲେ। ପରେ ସେ ଆମେରିକାର କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (କାଲଟେକ୍) ଯାଇଥିଲେ। ସେ ସେଠାରେ ରିଚାର୍ଡ ଫାଇନମ୍ୟାନ୍ ଫେଲୋସିପ୍ ପାଇଥିଲେ। କାଲଟେକରେ ପ୍ରଫେସର ଧର୍‌ କିମ୍ବଦନ୍ତୀ ପଦାର୍ଥବିଜ୍ଞାନୀ ରିଚାର୍ଡ ଫାଏନମ୍ୟାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ।

ଆହୁରି ପଢନ୍ତୁ: FCAS: ଷଷ୍ଠ ପିଢ଼ିର ଯୁଦ୍ଧବିମାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଭାରତର ପ୍ରୟାସ

ଧର୍‌ ୧୯୭୮ ମସିହାରେ ତାଙ୍କର ପିଏଚ୍‌ଡି ସମାପ୍ତ କରିଥିଲେ। ଡକ୍ଟରେଟ୍ ସମାପ୍ତ କରିବା ପରେ, ଧର୍‌ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚରେ ଯୋଗ ଦେଇଥିଲେ। ସେ ପ୍ରାୟ ୮ ବର୍ଷ ଧରି ଆଇଆଇଏସ୍‌ଇଆର୍‌ ପୁଣେରେ ପ୍ରଫେସର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୨୨ ମସିହାରେ ପ୍ରଫେସର ଧର୍‌ ବୋଲ୍ଟଜମ୍ୟାନ୍ ପଦକ ପାଇବାରେ ପ୍ରଥମ ଭାରତୀୟ ହୋଇଥିଲେ, ଯାହାକୁ ପରିସଂଖ୍ୟାନ ପଦାର୍ଥ ବିଜ୍ଞାନର ସର୍ବୋଚ୍ଚ ସମ୍ମାନ ଭାବରେ ବିବେଚନା କରାଯାଏ। ୨୦୨୩ ମସିହାରେ ପ୍ରଫେସର ଧର୍‌ଙ୍କୁ ଭାରତ ସରକାର ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.