ARTICLE AD BOX
ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳିଙ୍କ ଚମତ୍କାରିତା ଅନ୍ତର୍ଜାତୀୟ ସ୍ତରରେ ଜାରି ରହିଛି। ପେରୁର ଲିମାଠାରେ ଆୟୋଜିତ ପେରୁ ପାରା ବ୍ୟାଡ୍ମିଣ୍ଟନ ଇଣ୍ଟରନ୍ୟାସ୍ନାଲ୍ ଲେଭଲ୍-୨ ପ୍ରତିଯୋଗିତାରେ ଓଡ଼ିଶାର ଦୀପରଞ୍ଜନ ବିଶୋୟୀ ସ୍ବର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
/sambad/media/media_files/2026/08/10/10bbs_26_10082026_112-1-2026-08-10-17-17-10.jpg)
ଭୁବନେଶ୍ବର: ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳିଙ୍କ ଚମତ୍କାରିତା ଅନ୍ତର୍ଜାତୀୟ ସ୍ତରରେ ଜାରି ରହିଛି। ପେରୁର ଲିମାଠାରେ ଆୟୋଜିତ ପେରୁ ପାରା ବ୍ୟାଡ୍ମିଣ୍ଟନ ଇଣ୍ଟରନ୍ୟାସ୍ନାଲ୍ ଲେଭଲ୍-୨ ପ୍ରତିଯୋଗିତାରେ ଓଡ଼ିଶାର ଦୀପରଞ୍ଜନ ବିଶୋୟୀ ସ୍ବର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ପୁରୁଷ ଯୁଗଳଏସ୍ଏଲ୍୩-ଏସ୍ୟୁ୫ରେ ଦୀପରଞ୍ଜନ ଓ ବିରି ଟକର ବିଜେତା ହୋଇଥିଲେ। ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୨୧-୧୨, ୨୧-୧୮ରେ ମେକ୍ସିକୋ ଯୋଡ଼ି ମ୍ୟାକ୍ସିମିିଲିଆନୋ ଅଭିଲା ସୋସା ଓ ଆଞ୍ଜେଲ ଗାବ୍ରିଏଲ୍ ଗୋମେଜ ଭାଜ୍କ୍ବେଜ୍ଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ସେମିଫାଇନାଲ୍ରେ ଦୀପରଞ୍ଜନ ଓ ବିରି ନିଜର ଦେଶ ଅନ୍ୟଏକ ଯୋଡ଼ି ବିହେନ୍ଦର ଓ ଯୋଗେଶଙ୍କୁ ପରାସ୍ତ କରିଥିଲେ। ଏହି ସଫଳତା ଲାଗି ଦୀପ୍ ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଅର୍ଥ ବିଭାଗ ଏବଂ ଓଡ଼ିଶା ପାରା କ୍ରୀଡ଼ା ସଂଘଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 days ago
4


