ARTICLE AD BOX
ଛତ୍ରପୁର:ଗଞ୍ଜାମ ଜିଲ୍ଲାରେ ଗଭୀର ଅବପାତ ସାମ୍ନା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଧନଜୀବନ ସୁରକ୍ଷା ସହ ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଘନଘନ ବୈଠକ କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି।
Deep Depression: ଗଜପତିରେ ଗଭୀର ଅବପାତ ପ୍ରଭାବ: ସନ୍ଧ୍ୟାରୁ ଲାଗିରହିଛି ବର୍ଷା; ଆଗକୁ ବଢ଼ିପାରେ ତୀବ୍ରତା
ଏହି କ୍ରମରେ ଆଜି ପୂର୍ବାହ୍ଣରେ ଜିଲ୍ଲାପାଳ ଚିକିଟି ବ୍ଲକ ଅନ୍ତର୍ଗତ ଅଲାଡ଼ିପୁର ଓ ରମାୟାପାଟଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଉପଲବ୍ଧ ବ୍ୟବସ୍ଥା ଓ ପ୍ରସ୍ତୁତିର ସ୍ଥିତି ଯାଞ୍ଚ କରିଛନ୍ତି। ଆଶ୍ରୟସ୍ଥଳୀରେ ପାନୀୟ ଜଳ, ବିଦ୍ୟୁତ୍, ଆଲୋକ, ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସେହିପରି ସମୁଦ୍ର ନିକଟସ୍ଥ ରମାୟାପାଟଣା ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ସହ ପ୍ରଶାସନ ପକ୍ଷରୁ ଜାରି ସୁରକ୍ଷା ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରି ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

12 hours ago
1


