ARTICLE AD BOX
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ମହିଜୋରର ଏକ ଘରୁ ୫୫ ବର୍ଷୀୟ ଗୋଲବଦନ ପାଣ୍ଡେଙ୍କ ଗଳିତ ମୃତଦେହ ଉଦ୍ଧାର। ଦୁର୍ଗନ୍ଧ ବାହାରିବା ପରେ ପଡ଼ୋଶୀଙ୍କ ସନ୍ଦେହରୁ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ତଦନ୍ତ ଜାରି ରଖିଛି।
dead body rescued Photograph: (sambad.in)ବେଲପାହାଡ଼: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ମହିଜୋରର ଏକ ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି l ମୃତ ବ୍ୟକ୍ତି ଜଣକ ମହିଜୋରର ଗୋଲବଦନ ପାଣ୍ଡେ (୫୫) l କିଛିଦିନ ପୁର୍ବରୁ ଗୋଲବଦନ ଘର ଭିତରୁ ବାହାରକୁ ବାହାରି ନଥିଲେ l ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ସନ୍ଦେହକରିଥିଲେ l ଘର ପାଖକୁ ଯାଇ ଦେଖିଲା ବେଳକୁ ଘର ଭିତରେ ଗୋଲବଦନଙ୍କ ଗଳିତ ମୃତଦେହ ପଡି ରହିଥିଲା l
ଏନେଇ ପଡୋଶୀମାନେ ବେଲପାହାଡ଼ ପୁଲିସକୁ ଖବର ଦେଇଥିଲେ l ବେଲପାହାଡ଼ ପୁଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି l ଶଵ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l
Arrested: ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ନକଲି ମଦ ଓ ସାମଗ୍ରୀ ଜବତ, ଜଣେ ଗିରଫ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 hours ago
1


