Debrigarh Sanctuary: ଡେବ୍ରିଗଡ଼ ଅଭୟାରଣ୍ୟ ଉପରେ ଏଆଇ ନଜର

1 hour ago 1
ARTICLE AD BOX

ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ଉପରେ ନଜର ରଖୁଛି କୃତ୍ରିମ ବୁଦ୍ଧିମତା (ଏଆଇ) କ୍ୟାମେରା। ନିଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁଠି ମୋବାଇଲର ସେଲ୍ ଟାୱାର ମିଳିପାରୁନି, ସେହି ସ୍ଥାନରେ ଜଙ୍ଗଲ ଭିତରୁ ବନ୍ୟପ୍ରାଣୀଙ୍କୁ ଚିହ୍ନଟ ସାଙ୍ଗକୁ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିପାରୁଛି ଏଆଇ। ଏହି ଉନ୍ନତ ଜ୍ଞାନକୌଶଳ ବ୍ୟବସ୍ଥା ଜଙ୍ଗଲ ନିଆଁ ଓ ସମ୍ଭାବ୍ୟ ବିପଦର ଦିନରାତି ନିରୀକ୍ଷଣ ମଧ୍ୟ କରୁଛି। ଏଥିରେ ଏଆଇ ସର୍ଭେଲାନ୍ସ ଟାୱାର ସହିତ ୧୮ଟି ସ୍ମାର୍ଟ କ୍ୟାମେରା ସଂଯୋଗ କରାଯାଇଛି। ଯାହାଦ୍ୱାରା ରିଅଲ୍-ଟାଇମ୍ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।  

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ

ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୨୦୨୫ରେ ଏଆଇ ଟାୱାର ସହିତ ୫ଟି କ୍ୟାମେରା ସଂଯୋଗ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଭୟାରଣ୍ୟ ଭିତରେ ‌ୱେୟାରଲେସ୍ ମେସ୍‌ ନେଟ୍‌ୱର୍କିଂ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ପରେ ଚଳିତ ବର୍ଷ ଅକ୍ଟୋବରରୁ ଆଉ ୧୮ଟି ଏଆଇ କ୍ୟାମେରା ସ୍ଥାପନ କରାଯାଇଛି। ଏହି କ୍ୟାମେରାଗୁଡ଼ିକରୁ ବନ୍ୟପ୍ରାଣୀଙ୍କ ଫଟୋ ଓ ଭିଡିଓ ସିଧାସଳଖ ରିଅଲ୍-ଟାଇମ୍‌ରେ କଣ୍ଟ୍ରୋଲ୍ ରୁମ୍‌କୁ ପହଞ୍ଚିପାରୁଛି। ଅଭୟାରଣ୍ୟର ଚୌରାସିମାଲ ଅଞ୍ଚଳରେ ଏହି ସର୍ଭେଲାନ୍ସ ଟାୱାର ସ୍ଥାପନ କରାଯାଇଛି। ଯାହାର ନିରୀକ୍ଷଣ ପରିସର ପ୍ରାୟ ୫ରୁ ୬ କିଲୋମିଟର ଏବଂ ଏହା ପ୍ରାୟ ୭୦ ବର୍ଗ କିଲୋମିଟର ଜଙ୍ଗଲ ଅଞ୍ଚଳ ଉପରେ ନଜର ରଖିପାରୁଛି। ଏଥିରେ ଅପ୍ଟିକାଲ୍ ଓ ଥର୍ମାଲ୍ କ୍ୟାମେରା ସଂଯୁକ୍ତ ଥିବାରୁ ଦିନ ଓ ରାତିରେ ବନ୍ୟପ୍ରାଣୀଙ୍କ ଗତିବିଧି, ମଣିଷ ଓ ଯାନବାହନର ଅନଧୀକୃତ ପ୍ରବେଶ ଏବଂ ସମ୍ଭାବ୍ୟ ଜଙ୍ଗଲ ନିଆଁ ଉପରେ ନଜର ରଖିବାରେ କୌଣସି ସମସ୍ୟା ହେଉନି। ଏଥିରେ ଲାଗିଥିବା କ୍ୟାମେରାଗୁଡ଼ିକ ୱେୟାରଲେସ୍ ମେସ୍‌ ନେଟ୍‌ୱର୍କ ମାଧ୍ୟମରେ ପରସ୍ପର ସହିତ ସଂଯୁକ୍ତ ହୋଇ ତଥ୍ୟ ପ୍ରେରଣ କରୁଛନ୍ତି। ଫଳରେ ମୋବାଇଲ୍ ନେଟ୍‌ୱର୍କ ନଥିବା ଜଙ୍ଗଲ ଅଞ୍ଚଳରୁ ମଧ୍ୟ ଫଟୋ ଓ ଭିଡିଓ କଣ୍ଟ୍ରୋଲ୍ ରୁମ୍‌କୁ ପଠାଯାଇପାରୁଛି। କୃତ୍ରିମ ବୁଦ୍ଧିମତ୍ତା ସହାୟତାରେ ଏହି କ୍ୟାମେରାଗୁଡ଼ିକ ଗୟଳ, କଲରାପତରିଆ, ସମ୍ବର, ଚିତ୍ରା ହରିଣ, ଭାଲୁ, ନୀଳଗାଈ ଆଦି ବନ୍ୟପ୍ରାଣୀଙ୍କୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରିପାରୁଛି। ଏହାସହିତ ଅନାବଶ୍ୟକ ଓ ଖାଲି ଫଟୋଗୁଡ଼ିକୁ ପୃଥକ କରି ଆବଶ୍ୟକ ତଥ୍ୟ ବିଶ୍ଳେଷଣକୁ ସହଜ କରୁଛି। ସମସ୍ତ ତଥ୍ୟ ଜିରୋ ପଏଣ୍ଟସ୍ଥିତ କେନ୍ଦ୍ରୀୟ କଣ୍ଟ୍ରୋଲ୍ ରୁମ୍‌କୁ ପହଞ୍ଚୁଛି, ଯେଉଁଠାରୁ ବନ କର୍ମଚାରୀମାନେ ବନ୍ୟପ୍ରାଣୀଙ୍କ ଗତିବିଧି ନିରୀକ୍ଷଣ କରିବା ସହ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରୁଛନ୍ତି। 

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ

ବନ୍ୟପ୍ରାଣୀ ପରିଚାଳନା ଦିଗରେ ଏହି କୃତ୍ରିମ ବୁଦ୍ଧିମତା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଆଇ ଟାୱାର ଏବଂ ସ୍ମାର୍ଟ କ୍ୟାମେରାର ସମନ୍ୱିତ ବ୍ୟବହାର ଦ୍ୱାରା ବନ୍ୟପ୍ରାଣୀଙ୍କ ଗତିବିଧି ଓ ବାସସ୍ଥଳୀ ସମ୍ପର୍କିତ ତଥ୍ୟ ସଂଗ୍ରହ ଅଧିକ ବ୍ୟବସ୍ଥିତ ହୋଇପାରିଛି। ଗତ ୩ ବର୍ଷ ଧରି ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରତିବର୍ଷ ପ୍ରାୟ ୯୦ ହଜାର କିଲୋମିଟର ପାଦଚଲା ପାଟ୍ରୋଲିଂ ମାଧ୍ୟମରେ ବ୍ୟାପକ ବନସୁରକ୍ଷା ଓ ନିରୀକ୍ଷଣ କାର୍ଯ୍ୟ ଜାରି ରହିଛି। ଏହାସହିତ ଏଆଇବ୍ୟବହାର ଦ୍ୱାରା ବନ୍ୟପ୍ରାଣୀଙ୍କ ଗତିବିଧିର ରିଅଲ୍-ଟାଇମ୍ ନିରୀକ୍ଷଣ ସୁଦୃଢ଼ ହୋଇପାରିଥିବା କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.