ARTICLE AD BOX
ପାଲଲହଡା ବ୍ଲକ ବତିସୁଆଁ ପଂଚାୟତ ପୁରୁଣାପାଣି ଗାଁରେ ଆଜି ସକାଳ ୬ଟା ରେ ତୁଡି କାଏମଙ୍କର ଏକ ବର୍ଷର ପୁଅ ନବ କାଏମ ଘର ଭିତରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହେଇଥିଲା ।
/sambad/media/media_files/2026/08/20/ghh-2026-08-20-08-41-49.png)
ପାଲଲହଡା: ବିଦ୍ୟୁତ ଆଘାତରେ ଆସି ଶିଶୁପୁତ୍ରର ମୃତ୍ୟୁ | ଏଭଳି ହୃଦୟ ବିଦାରକ ଘଟଣା ଅନୁଗୁଳଜିଲ୍ଲା ପାଲଲହଡାରେ ଘଟିଛି | ମିଳିଥିବା ସୂଚନା ମୁତାବକ ପାଲଲହଡା ବ୍ଲକ ବତିସୁଆଁ ପଂଚାୟତ ପୁରୁଣାପାଣି ଗାଁରେ ଆଜି ସକାଳ ୬ଟା ରେ ତୁଡି କାଏମଙ୍କର ଏକ ବର୍ଷର ପୁଅ ନବ କାଏମ ଘର ଭିତରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହେଇଥିଲା । ତାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଲଲହଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶିଶୁ ପୁତ୍ରଟିକୁ ମୃତ ଘୋଷଣା କରିଥିଲେ | ଏନେଇ ଜଣାପଡିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବାପା-ମା ଦୁଃଖରେ ଭାଙ୍ଗିପଡିଛନ୍ତି |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


