ARTICLE AD BOX
ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ କଇଁଫୁଲିଆ ଗ୍ରାମର ଲକ୍ଷ୍ମଣ ନାୟକ ୮୫ ବର୍ଷ। ସେ ଆଜି ସକାଳେ ଘର ନିକଟସ୍ଥ ମଠ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଦମକଳ ବାହିନୀ ଲକ୍ଷ୍ମଣଙ୍କ ମୃତଦେହ ପାଣିରୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
Firemen rescued Laxman's body from the water Photograph: (sambad.in)ଭାପୁର(ସଂଗ୍ରାମ କେଶରୀ ପଟ୍ଟନାୟକ): ନୟାଗଡ଼ଜିଲ୍ଲା ଭାପୁର ବ୍ଳକ କଇଁଫୁଲିଆ ଗ୍ରାମର ଲକ୍ଷ୍ମଣ ନାୟକ ୮୫ ବର୍ଷ। ସେ ଆଜି ସକାଳେ ଘର ନିକଟସ୍ଥ ମଠ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ମାତ୍ର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ପୋଖରୀକୁ ଯାଇ ଦେଖନ୍ତି କୂଳରେ ଚପଲ, ବାଙ୍କୁଲିବାଡି ଏବଂ ଲୁଗାପଟା ଥୁଆହୋଇଛି। ଏହି ଘଟଣା ଦେଖି ପରିବାର ସଦସ୍ୟଙ୍କସନ୍ଦେହ ହେବାରୁ ଭାପୁର ଦମକଳ ବାହିନୀକୁ ଖବର ଦେଇଥିଲେ।
ଅପମୃତ୍ୟୁ ମାମଲା ରୁଜୁ
ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରେ ଖୋଜାଖୋଜି କରିବା ସମୟରେ ଲକ୍ଷ୍ମଣଙ୍କ ମୃତଦେହ ପାଣିରୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଖବର ପାଇ ଫତେଗଡ଼ ଥାନା ପୁଲିସ୍ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ପୋଷ୍ଟମର୍ଟମ ପାଇଁ ଖଣ୍ଡପଡ଼ା ପଠାଇଥିବା ଜଣାପଡିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
4


