ARTICLE AD BOX
ରାଉରକେଲା: ହମିରପୁର ଘାଟରେ ସାଙ୍ଗମାନଙ୍କ ସହ ମାଛ ଧରୁଥିଲା ବେଳେ କୋଏଲ ନଦୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି l ମୃତକ ହେଲେ ସେକ୍ଟର ୨୦ ଆଜାଦ ବସ୍ତିର ମହମ୍ମଦ ଆସିଫ ଅହମ୍ମଦ (୧୭)l ଅନ୍ୟ ତିନି ସାଙ୍ଗ ବର୍ତ୍ତି ଯାଇଛନ୍ତି l ସେକ୍ଟର ୧୯ ପୁଲିସ ଶବ ଜବତ କରି ଆରଜିଏଚକୁ ପଠାଇଛି l
ମାଛ ଧରିଲା ବେଳେ ପାଣିରେ ବୁଡ଼ି ମୃତ୍ୟୁ
ଆଜି ସକାଳେ ଆସିଫ ତାର ଅନ୍ୟ ତିନି ସାଙ୍ଗଙ୍କ ସହ କୋଏଲ ନଦୀରେ ମାଛ ଧରିବାକୁ ହମିରପୁର ଘାଟକୁ ଯାଇଥିଲେ l ପାଣି ଭିତରେ ପଶି ମାଛ ଧରୁଥିଲା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ l ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ପ୍ରାୟ ଦୁଇ ଘଣ୍ଟା ପରେ ନିଖୋଜ ଆସିଫର ଶବ ଉଦ୍ଧାର କରିଥିଲେ l
Schools Closed: ପ୍ରବଳ ବର୍ଷା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ

2 hours ago
1


