Death: ଇଞ୍ଜେକ୍ସନ ନେଲା ଝିଅର ଜୀବନ, ଅଭିଯୋଗ କଲେ ପରିବାର ଲୋକେ

1 hour ago 1
ARTICLE AD BOX

ଭାପୁର: ଭୁଲ ଇଞ୍ଜେକ୍ସନ ଦେବାରୁ ୧୮ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି ନୟାଗଡ଼ଜିଲ୍ଲା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ। ମୃତ ଛାତ୍ରୀ ହେଲେ ଭାପୁର ବ୍ଲକ ଗୋଳାପୋଖରୀ ଗ୍ରାମର ଗୋପାଳ ଚନ୍ଦ୍ର ବେହେରାଙ୍କ ଝିଅ ସନ୍ତୋଷୀ ବେହେରା। ପରିବାର ଲୋକଙ୍କ କହିବା ଅନୁସାରେ, ଗତକାଲି ସନ୍ତୋଷୀଙ୍କୁ ଜ୍ୱର ହୋଇଥିଲା। ଆଜି ସକାଳେ ଚିକିତ୍ସା ପାଇଁ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଚିକିତ୍ସା ସମୟରେ ତାଙ୍କୁ ଡିଉଟି ଥିବା ଡାକ୍ତର ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବା ପରେ ହଠାତ୍ ସନ୍ତୋଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବି କରିଛନ୍ତି ପରିବାର। ତେବେ ଇଞ୍ଜେକ୍ସନ ଯୋଗୁଁ ହିଁ ଛାତ୍ରୀଙ୍କ ମୃତ୍ୟୁ ହୋଇଛି କି ଅନ୍ୟ କୌଣସି କାରଣରୁ, ତାହା ତଦନ୍ତ ଓ ମେଡିକାଲ ରିପୋର୍ଟ ପରେ ସ୍ପଷ୍ଟ ହେବ, ଏଭଳି ଘଟଣାକୁ ନେଇ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତେଜନା ପରିସ୍ଥିତି ଲାଗି ରହିଛି, ଘଟଣା ସ୍ଥଳକୁ ଖଣ୍ଡପଡ଼ା ଏସଡିପିଓ ସରୋଜ ସାହୁ, ଫତେଗଡ ଥାନା ଅଧିକାରୀ ଅଜୟ ସାହୁ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି। ସେପଟେ ପରିବାର ଲୋକଙ୍କ ଜିଦ୍ ନ୍ୟାୟ ନ ମିଳିବା ଯାଏଁ ମେଡିକାଲରୁ ଶବ ଉଠେଇବେ ନାହିଁ।

Truck Accident: ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଲଙ୍କା ବୋଝେଇ ଟ୍ରକ, ଜଣେ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.