Deadbody: ଅଳିଆ ଗଦା ନିକଟରେ ମୃତଦେହ, ସହରରେ ଚାଞ୍ଚଲ୍ୟ

1 hour ago 3
ARTICLE AD BOX

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସୁଇପର କଲୋନୀରେ ଯୁବକଙ୍କ ମୃତଦେହ ମିଳିବାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି | ମିଳିଥିବା ସୂଚନା ମୁତାବକ ସାହି ମଝିରେ ଯୁବକଙ୍କ ମୃତଦେହ ପଡିରହିଥିବାବେଳେ ମୃତକ ରାଜଗୁରୁ ସାହିର ସନ୍ତୋଷ କୁମାର ଭୁକୁତା ହୋଇଥିବା ଜଣାପଡିଛି

 ଅଳିଆ ଗଦା ନିକଟରେ ମୃତଦେହ, ସହରରେ ଚାଞ୍ଚଲ୍ୟ

ପାରଳାଖେମୁଣ୍ଡି: ଗଜପତିଜିଲ୍ଲାପାରଳାଖେମୁଣ୍ଡି ସୁଇପର କଲୋନୀରେ ଯୁବକଙ୍କ ମୃତଦେହ ମିଳିବାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି | ମିଳିଥିବା ସୂଚନା ମୁତାବକ ସାହି ମଝିରେ ଯୁବକଙ୍କ ମୃତଦେହ ପଡିରହିଥିବାବେଳେ ମୃତକ ରାଜଗୁରୁ ସାହିର ସନ୍ତୋଷ କୁମାର ଭୁକୁତା ହୋଇଥିବା ଜଣାପଡିଛି | ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମୃତ୍ୟୁକୁ ସନ୍ଦେହ ପ୍ରକାଶ କରିଛନ୍ତି ମୃତକଙ୍କ ପରିବାର ଲୋକ |

ଆହୁରି ପଢନ୍ତୁ: Mango: ହଜିଯାଉଛି ଦେଶୀ ଆମ୍ୱର ଅସ୍ତିତ୍ୱ: ‘ହାମିଲ୍‌ଟନ୍ ସୁନ୍ଦରୀ’ ଓ ‘ବଳଦେବ’ ଆମ୍ୱକୁ ବ୍ରାଣ୍ଡିଂ କରିବାକୁ ପ୍ରୟାସ

ମୃତକଙ୍କ ସମ୍ପର୍କୀୟଙ୍କ କହିବା କଥା ଯେ ଗତକାଲି ସନ୍ଧ୍ୟାରୁ ଘରୁ ବାହାରକୁ ଯାଇଥିବା ବେଳେ ଘରକୁ ଫେରିନଥିଲେ | ଆଜି ସକାଳୁ ମୃତଦେହ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦେଖିବାବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୋଷାଡି ଘୋଷାଡି ନେଇ ଅଳିଆ ଗଦା ନିକଟରେ ପଡିଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.