ARTICLE AD BOX
ପାଟପୁର: ଗଂଜାମ ଜିଲ୍ଲା ପାଟପୁର ଥାନା ଅଧୀନ ସାହାସପୁର ହାଟପଦା ନିକଟସ୍ଥ ଦିଗପହଣ୍ଡି ସବ୍ଜେଲ ପରିସର କ୍ବାର୍ଟସରୁ ୱାଡେନ୍ ଶିବାନନ୍ଦ ସ୍ୱାଇଁ(୪୦)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରକରାଯାଇଛି। ମୃତ ଶିବାନନ୍ଦଙ୍କ ଘର ଆସିକା ନିକଟ କୋଟିନଡ଼ା ଗ୍ରାମରେ। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିବାନନ୍ଦଙ୍କ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ମୁତାବକ କୋଟିନଡା ଗ୍ରାମର ପ୍ରକାଶ ସ୍ୱାଇଁଙ୍କ ପୁଅ ଶିବାନନ୍ଦ ଗତ ୮ ଦିନ ତଳେ ପୁରୀ ଜେଲରୁ ଦିଗପହଣ୍ଡି ସବ୍ଜେଲକୁ ବଦଳି ହୋଇ ଆସିଥିଲେ। ସେ ପୁରୀ ଜେଲରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ଏକମାତ୍ର ପୁତ୍ର ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ। ଏହାକୁ ନେଇ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ।
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ରେଲ ଧାରଣାରୁ ମୃତଦେହ ଉଦ୍ଧାର କଲା ପୁଲିସ
ମୃତ ଶିବାନନ୍ଦଙ୍କ ପତ୍ନୀ ବାପଘରକୁ ଚାଲିଯାଇଥିବା ବେଳେ ଶିବାନନ୍ଦ ଦିଗପହଣ୍ଡି ସବ୍ଜେଲ କ୍ବାର୍ଟରରେ ଏକୁଟିଆ ରହୁଥିଲେ। ଅପରାହ୍ଣରେ ସେ ବେକରେ ଚାଦର ଲଗାଇ ଝୁଲି ପଡିଥିଲେ। ପୁଲିସ ଏନେଇ କେସ ନଂ ୧୬/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବ୍ରହ୍ମପୁର ଡିଆଇଜି ଓ ଅନ୍ୟ ପଦାଧିକାରୀମାନେ ଆସି ମାମଲାର ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି। ତେବେ ଏଭଳି ଚରମ ନିଷ୍ପତ୍ତି ସେ କାହିଁକି ନେଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

20 hours ago
6


