Dead: ବୁଢ଼ାବଳଙ୍ଗରେ ଯୁବକ ନିଖୋଜ ଘଟଣା: ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

1 hour ago 1
ARTICLE AD BOX

ବେତନଟୀ (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୁଢ଼ାବଳଙ୍ଗ ନଦୀରେ ନିଖୋଜ ହେବାର ୨୪ଘଣ୍ଟା ପରେ ଆକାଶ ଜେନାଙ୍କର ମୃତଦେହକୁ ଓଡ୍ରାଫ ଟିମ୍‌ ଉଦ୍ଧାର କରିଛି। ନାଖରା ସେତୁ ଠାରୁ ଅନତି ଦୂର ପ୍ରତିମାଦେଇପୁର ବାଲିଘାଟ ନିକଟସ୍ଥ ଖଡ଼ି ବଣ ଭିତରେ ଆକାଶଙ୍କ ମୃତଦେହ ଉଦ୍ଧାର କରାଯାଇଛିl ଓଡ୍ରାଫ ଟିମର କର୍ମଚାରୀ ଆକାଶଙ୍କ ମୃତଦେହକୁ ନାଖରା ସେତୁ ନିକଟକୁ ଆଣିବା ପରେ ବୈଶିଙ୍ଗା ପୁଲିସ ଶବକୁ ଡାକ୍ତରଖାନା ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି l 

ଭାଇରଲ ଭିଡିଓ ଦେଖି ବାଲେଶ୍ୱର ସଦର ଥାନା ଅଧୀନ ବୁଆଁଳ ଅଞ୍ଚଳରୁ ଆକାଶ ଜେନା, ଚିନ୍ମୟୀ ଜେନା, ସିଲୁ ଜେନା, ବଳରାମ ଜେନା ଓ ମୁନା ଜେନା ଆଜି ଅପରାହ୍ନରେ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଗାଧୋଇବାକୁ ଆସିଥିଲେl ସେମାନେ ଗାଧୋଉଥିବା ସମୟରେ ଆକାଶଙ୍କ ସମେତ ୪ଜଣଙ୍କର ଗୋଡ଼ ଖସିଯିବାରୁ ହଠାତ ପାଣିର ପ୍ରଖୋର ସ୍ରୋତରେ ଭାସି ଯାଇଥିଲେ। ୩ଜଣ କୌଶଳ କ୍ରମେ ପହଁରି ପହଁରି ପାଣିରୁ ବାହାରି ଆସିଥିବାବେଳେ ଆକାଶ ପାଣିରୁ ବାହାରି ପାରିନଥିଲେ। 

Kerala Landslides : କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ମାଟି ତଳେ ପୋତି ହୋଇ ରହିଛନ୍ତି ୧୦ ଲୋକ

ଅନ୍ୟ ଚାରି ସାଙ୍ଗ ତାକୁ ଉଦ୍ଧାର କରିବାକୁ ଚାହିଁ ଥିଲେ ବି ପାରିନଥିଲେl କେବଳ ଥରେ ମାତ୍ର ଆକାଶ ପାଣି ଉପରକୁ ଉଠିଥିବାବେଳେ ପରେ ପାଣି ଭିତରେ ବୁଡି ରହି ଯାଇଥିଲେl ସ୍ଥାନୀୟ ଶତାଧିକ ଲୋକ ସେଠାରେ ରୁଣ୍ଡ ହୋଇଥିଲେ ବି ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ କେହି ନଦୀରେ ପଶି ଉଦ୍ଧାର କାର୍ଯ୍ୟ କରିବାକୁ ସାହସ ଜୁଟାଇ ପାରିନଥିଲେ l  

ଗତକାଲି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ କୌଣସି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନଥିବା ଯୋଗୁଁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲାl ତେବେ ୨ଘଣ୍ଟା ପରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ତାର କିଛି ସମୟ ପରେ ସ୍କୁବା ଡ୍ରାଇଭର ସହିତ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲାl 

ଅନ୍ୟପଟେ ସନ୍ଧ୍ୟାରେ ଖବର ପାଇ ସ୍ଥାନୀୟ ବିଧାୟକ ସନାତନ ବିଜୁଳି, ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହରା ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚିସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି l ସେହିପରି ଯୁବକଙ୍କ ପରିବାର ବର୍ଗ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.