ARTICLE AD BOX
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ପ୍ରବଳ ବର୍ଷା ସାଧାରଣ ଜୀବନକୁ ପ୍ରଭାବିତ କରିଛି। ଗାଜିଆବାଦରେ ଆଜି ଜଣେ ୩ ବର୍ଷର ଶିଶୁ ନିଜ ଘର ବାହାରେ ଠିଆ ହୋଇଥିବାବେଳେ ଗୋଡ଼ ଖସିଯିବାରୁ ଜଳମଗ୍ନ ରାସ୍ତାରେ ପଡ଼ି ପ୍ରାଣ ହରାଇଛି। ମୃତ ଶିଶୁର ନାଁ ମାନ୍ଭୀ। ସେ ବିଜୟ ନଗର ଥାନା ଅଧୀନସ୍ଥ ସର୍ବୋଦୟ ନଗର ବାସିନ୍ଦା। ଶିଶୁଟିକୁ ପାଣିରୁ ଉଠାଇବା ବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା।
ସ୍ଥାନୀୟ ଲୋକମାନେ ଏହି ଜଳବନ୍ଦୀ ପ୍ରସଙ୍ଗ ପାଇଁ ସେମାନଙ୍କ କ୍ରୋଧ ଦେଖାଇଛନ୍ତି। ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଛି। ଇତି ମଧ୍ୟରେ କର୍ତ୍ତୃପକ୍ଷମାନେ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରୁଥିବାବେଳେ ଗାଜିଆବାଦ ଜିଲ୍ଲା ପ୍ରଶାସନ ସରକାରୀ ସ୍କୁଲ୍ରେ ଛୁଟି ଘୋଷଣା କରିଛନ୍ତି। ନଏଡ଼ାରେ ମଧ୍ୟ ସେକ୍ଟର ୧୬, ୩୩ ଏବଂ ୧୨ ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। କିଛି ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଥଚାରୀ ଏବଂ ବାଇକ୍ ଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।
Heavy rainfall:ଦିଲ୍ଲୀ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା

1 hour ago
1


