Dead Body: ଜଗନ୍ନାଥ ସାଗରରୁ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

3 days ago 4
ARTICLE AD BOX

ଜୟପୁର: ଜୟପୁର ସହରସ୍ଥିତ ଜଗନ୍ନାଥ ସାଗର ପୋଖରୀରୁ ଜଣେ ଅଜଣା ବୃଦ୍ଧାଙ୍କଶବ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳୁ ଜଗନ୍ନାଥ ସାଗରରେ ଜଣେ ବ୍ୟକ୍ତି ବୁଡ଼ି ଯାଇଥିବା ନେଇ ଅଗ୍ନିଶମ ବାହିନୀକୁ ସୂଚନା ମିଳିଥିଲା। ଖବର ପାଇବା କ୍ଷଣି ଅଗ୍ନିଶମ ବାହିନୀର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ଜଣେ ବୃଦ୍ଧାଙ୍କ ମୃତଦେହଭାସୁଥିବା ଦେଖିବାକୁ ପାଇଥିଲେ।

ବର୍ତ୍ତମାନ ସୁଦ୍ଧା ବୃଦ୍ଧାଙ୍କର କୌଣସି ପରିଚୟ ମିଳିପାରି ନାହିଁ

ଏବେ ପୋଖରୀର ଜଳସ୍ତର ପ୍ରାୟ ୧୦ ରୁ ୧୫ ଫୁଟ୍ ରହିଛି ବୋଲି ଅଗ୍ନିଶମ ବାହିନୀ କହିଥିଲେ। ଗାଧୋଉଥିବା ସମୟରେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ବୃଦ୍ଧାଜଣଙ୍କ ଗଭୀର ପାଣିକୁ ଚାଲିଯାଇ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ଉଦ୍ଧାର ପରେ ମୃତଦେହକୁ ଟାଉନ ଥାନା ପୁଲିସକୁ ହସ୍ତାନ୍ତର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ ବୃଦ୍ଧାଙ୍କର କୌଣସି ପରିଚୟ ମିଳିପାରି ନାହିଁ। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Anugol: ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଅନୁଗୋଳ ବନ୍ଦ, ଜନଜୀବନ ପ୍ରଭାବିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.