Dalai lama: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନରେ ଭାରତ ସହ ଯୋଗାଯୋଗ ପାଇଁ ଆମେରିକାର ସୁପାରିସ

4 hours ago 1
ARTICLE AD BOX

ୱାସିଂଟନ: ତିବ୍ବତୀୟ ବୌଦ୍ଧଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ଚତୁର୍ଦ୍ଦଶ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାକୁ ନେଇ ଚୀନ୍‌ ସହ ଅନ୍ତର୍ଜାତୀୟ ସ୍ତରରେ ବିବାଦ ଦେଖାଦେବାର ଆଶଙ୍କା କରିଛି ଆମେରିକା। ଏହି ପ୍ରସଙ୍ଗରେ ଭାରତ ସହ ଉଚ୍ଚସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରିବାକୁ ଆମେରିକାର ଏକ ଦ୍ୱିଦଳୀୟ ସଂସଦୀୟ କମିସନ୍‌ ସୁପାରିସ କରିଛି। ଚୀନ୍‌ ଏହି ପ୍ରକ୍ରିୟାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ବିଭିନ୍ନ ଚାପ ପ୍ରୟୋଗ କରିପାରେ ବୋଲି କମିସନ୍‌ ଚେତାବନୀ ଦେଇଛି।

ଆମେରିକା-ଚୀନ୍‌ ଅର୍ଥନୈତିକ ଓ ସୁରକ୍ଷା ସମୀକ୍ଷା କମିସନ୍‌ ଆମେରିକୀୟ କଂଗ୍ରେସକୁ ଦେଇଥିବା ରିପୋର୍ଟରେ କହିଛି, ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କୁ ଚିହ୍ନଟ ଓ ମାନ୍ୟତା ଦେବାର ଏକମାତ୍ର ଅଧିକାର ଗାଡେନ୍‌ ଫୋଡ୍ରାଙ୍ଗ୍‌ ଟ୍ରଷ୍ଟର ରହିବା ଉଚିତ। ଚୀନ୍‌ ସରକାର ଯେଉଁ ଉତ୍ତରାଧିକାରୀଙ୍କୁ ଚୟନ କରିବେ କିମ୍ବା ନିଯୁକ୍ତ କରିବେ, ତାଙ୍କୁ ଆମେରିକା ମାନ୍ୟତା ନ ଦେବା ନୀତି ଗ୍ରହଣ କରିବାକୁ ମଧ୍ୟ କମିସନ୍‌ ପରାମର୍ଶ ଦେଇଛି। ଏଥିପାଇଁ ଆମେରିକାର ବୈଦେଶିକ ସଚିବଙ୍କୁ ଭାରତ ସରକାରଙ୍କ ସହ ଏକ ଉଚ୍ଚସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା ଗଢ଼ିବାକୁ କଂଗ୍ରେସ ନିର୍ଦ୍ଦେଶ ଦେବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି। ଉତ୍ତରାଧିକାରୀ ଚୟନ ସମ୍ପର୍କିତ ଆକସ୍ମିକ ପରିସ୍ଥିତିର ମୁକାବିଲା, ଚୀନ୍‌ର ପ୍ରଭାବ ବିସ୍ତାର ଉଦ୍ୟମ ସମ୍ପର୍କିତ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଏହି ଯୋଗାଯୋଗର ମୁଖ୍ୟ ଉଦ୍ଦେଶ୍ୟ ହେବ।

ଏହା ସହ ଆମେରିକାର ବୈଦେଶିକ ସଚିବଙ୍କ ନେତୃତ୍ୱରେ ଜାତୀୟ ସୁରକ୍ଷା ଉପଦେଷ୍ଟା, ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଓ ପ୍ରତିରକ୍ଷା ସଚିବଙ୍କୁ ନେଇ ଏକ ଆଭ୍ୟନ୍ତରୀଣ ଅଭ୍ୟାସ କରିବାକୁ କମିସନ୍‌ କହିଛି। ଏଥିରେ ଉତ୍ତରାଧିକାରୀ ଚୟନର ବିଭିନ୍ନ ସମ୍ଭାବ୍ୟ ପରିସ୍ଥିତି ଓ ତାହାର ପ୍ରଭାବ ସମୀକ୍ଷା କରାଯିବ। ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା ଓ ଅଭ୍ୟାସ କରିବା ସହ ଏହି ପ୍ରସଙ୍ଗରେ ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଏକାଠି କରିବାକୁ ସୁପାରିସ କରାଯାଇଛି।

Dalai Lama wins Grammy Award ଦଲାଇ ଲାମାଙ୍କୁ ଗ୍ରାମୀ ପୁରସ୍କାର

୨୦୧୧ରେ ଦଲାଇ ଲାମାଙ୍କ ଦ୍ୱାରା ପ୍ରତିଷ୍ଠିତ ଗାଡେନ୍‌ ଫୋଡ୍ରାଙ୍ଗ୍‌ ଟ୍ରଷ୍ଟ ତାଙ୍କର ଭବିଷ୍ୟତ ଅବତାର ବା ପୁନର୍ଜନ୍ମକୁ ଚିହ୍ନଟ କରିବାର ଅଧିକାର ରଖିବ ବୋଲି କୁହାଯାଇଛି। ଉତ୍ତରାଧିକାରୀ ପ୍ରସଙ୍ଗରେ ଚୀନ୍‌ର ସାଇବର ଆକ୍ରମଣ ଓ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ମିଥ୍ୟା ପ୍ରଚାରର ମୁକାବିଲା ପାଇଁ ତିବ୍ବତୀୟ କେନ୍ଦ୍ରୀୟ ପ୍ରଶାସନର ସାଇବର ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ମଧ୍ୟ ରିପୋର୍ଟରେ ପରାମର୍ଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.