Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ

2 hours ago 2
ARTICLE AD BOX

ବୈଶିଙ୍ଗା (ଦୀପକ କୁମାର ସିଂହ):ଡିଜିଟାଲ ଯୁଗରେ ମୋବାଇଲ ଓ ଇଣ୍ଟରନେଟ୍ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଅନଲାଇନ୍ ଶିକ୍ଷାଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଡିଜିଟାଲ ମାଧ୍ୟମର ବ୍ୟବହାର ବଢ଼ୁଥିବା ବେଳେ ଏହା ସହିତ ସାଇବର ଠକେଇ, ବ୍ୟକ୍ତିଗତ ତଥ୍ୟ ଚୋରି, ଅନଲାଇନ୍ ଧମକ ଓ ବିଭିନ୍ନ ପ୍ରକାରର ସାଇବର ଅପରାଧର ଆଶଙ୍କା ମଧ୍ୟ ବଢ଼ିଛି। ଏଭଳି ସମୟରେ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଦିଗରେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସର ପଦକ୍ଷେପ ଗୁରୁତ୍ୱ ବହନ କରିଛି।

ବୈଶିଙ୍ଗା ଥାନା ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସାଇବର ଅପରାଧ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମହାତ୍ମାଗାନ୍ଧୀ କଲେଜ, କଳମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡ଼ଦେଉଳିଆ ହାଇସ୍କୁଲ, ମୁନିଲାଲ ହାଇସ୍କୁଲ, ବୈଶିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୈଶିଙ୍ଗା ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Education: ଡିଜିଟାଲ୍‌ ଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କଲା ବେଦାନ୍ତ ଆଲୁମିନିୟମ୍‌

କାର୍ଯ୍ୟକ୍ରମରେ ବୈଶିଙ୍ଗା ଥାନାର ଥାନାଧିକାରୀ ବାରିଣୀ ଦାସ ଓ ଏଏସଆଇ ପ୍ରଦୀପ ଦେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ। ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଅପରିଚିତ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ତଥ୍ୟ ଆଦାନପ୍ରଦାନ ନକରିବା, ଅନଲାଇନ୍ ଠକେଇରୁ ସତର୍କ ରହିବା ଏବଂ ସୋସିଆଲ ମିଡିଆରେ ସଚେତନ ଭାବେ ତଥ୍ୟ ପ୍ରକାଶ କରିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।

WhatsApp Image 2026-08-11 at 20.36.31 (1)

ବିଶେଷକରି ସାଇବର ଠକେଇ, ବ୍ୟକ୍ତିଗତ ସୂଚନାର ସୁରକ୍ଷା, ସାମାଜିକ ଗଣମାଧ୍ୟମର ନିରାପଦ ବ୍ୟବହାର, ସାଇବର ଧମକ ଓ ଅନ୍ୟାନ୍ୟ ଅନଲାଇନ୍ ବିପଦ ଠାରୁ କିପରି ନିଜକୁ ଦୂରେଇ ରଖିହେବ, ସେନେଇ ପୁଲିସ ଅଧିକାରୀମାନେ ସରଳ ଭାଷାରେ ବୁଝାଇଥିଲେ। ଡିଜିଟାଲ ଦୁନିଆରେ ଅସାବଧାନତା କିଭଳି ବିପଦକୁ ଡାକି ଆଣିପାରେ, ତାହା ନେଇ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସତର୍କ କରାଯାଇଥିଲା। ପୁଲିସର ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ବାର୍ତ୍ତା ପହଞ୍ଚାଇବାରେ ସହାୟକ ହୋଇଛି। 

କାର୍ଯ୍ୟକ୍ରମରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ରହି ସାଇବର ସୁରକ୍ଷା ଓ ସଚେତନତାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଡିଜିଟାଲ ଯୁଗରେ ସାଇବର ଅପରାଧକୁ ରୋକିବା ପାଇଁ କେବଳ ପୁଲିସର ପଦକ୍ଷେପ ଯଥେଷ୍ଟ ନୁହେଁ; ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ସମାଜ—ସମସ୍ତଙ୍କ ସଚେତନତା ହିଁ ଏହାର ସବୁଠାରୁ ବଡ଼ ପ୍ରତିରୋଧ। ବୈଶିଙ୍ଗା ପୁଲିସର ଏହି ଅଭିଯାନ ସେହି ସଚେତନତାର ବାର୍ତ୍ତାକୁ ଆହୁରି ମଜବୁତ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.