ARTICLE AD BOX
ରାଉରକେଲା(ପଙ୍କଜ କୁମାର ମହାନ୍ତି): ଓଡ଼ିଶା ଓ ଝାଡ଼ଖଣ୍ଡରେ ଏକାଧିକ ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଏକ ବଡ଼ ଗ୍ୟାଙ୍ଗ୍ର ଆଜି ପର୍ଦ୍ଦାଫାସ ଘଟିଛି। ରାଉରକେଲା ପୁଲିସ ଏହି ଗ୍ୟାଙ୍ଗ୍ର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ଦେଓଘରର ବିକାଶ ମାଞ୍ଜୀ(୨୯), ପ୍ରଦୀପ କୁମାର(୨୪), ସୁରଜ କୁମାର(୨୪) ଓ ମନୀଷ ଯାଦବ(୨୬)।
ପୁଲିସ ନିକଟରୁ ମିଳିଥିବା ସୂଚନାନୁସାରେ, ସେମାନଙ୍କ ଠାରୁ ଗୋଟିଏ କାର୍(ଜେଏଚ୍-୧୫ଏକ୍ୟୁ-୭୫୨୩), ୬ଟି ଦାମୀ ମୋବାଇଲ୍, ୫ଟି ଏଟିଏମ୍ କାର୍ଡ, ନଗଦ ୨୪,୯୦୦ ଟଙ୍କା ଜବତ କରିବା ସହ ବ୍ୟାଙ୍କ ଜମାଖାତାରେ ଥିବା ୪୭ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି।
/filters:format(webp)/sambad/media/media_files/2026/08/11/cyber-cheat-racket1-2026-08-11-16-29-49.jpeg)
ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଏସପି ନୀତେଶ ଓ୍ବାଧଓ୍ବାନୀ ସୂଚନା ଦେଇଛନ୍ତି, ରାଉରକେଲା ପୁଲିସକୁ ଏକ ମ୍ୟୁଲ୍ ଆକାଉଣ୍ଟରେ ବେଆଇନ ଟଙ୍କା ନେଣଦେଣ ନେଇ ଏକ ବିଶ୍ବସ୍ତସୂତ୍ରରୁ ଖବର ମିଳିଥିଲା। ଏହି ମାମଲାରେ, ଉଦିତନଗର ଥାନା ପୁଲିସ ପ୍ରଥମେ ଚଳିତ ମାସ ୬ ତାରିଖରେ ଜ୍ୟୋତିଷ ପ୍ରସାଦ ବର୍ମାଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଜଣକ ଝାଡ଼ଖଣ୍ଡ ଗିରିଡିହିର ମୂଳବାସିନ୍ଦା ତଥା ରାଉରକେଲା ସିଟି ସୁପରବଜାର ନିକଟରେ ରହି ମୋମୋ ବ୍ୟବସାୟ କରୁଥିଲେ। ଜ୍ୟୋତିଷଙ୍କ ନାମରେ ଉଭୟ ରାଜ୍ୟର ବିଭିନ୍ନ ଥାନାରେ ୩୧ଟି ଅପରାଧିକ ମାମଲା ରହିଛି। ଅଭିଯୁକ୍ତମାନେ ଆରଟିଓ ଏପିକେ, ଇ-ଚାଲାଣ ଏପିକେ ଓ ପିଏମ୍ କିସାନ ଯୋଜନାର ଏପିକେ ଫାଇଲ୍ ମୋବାଇଲରୁ ମୋବାଇଲକୁ ପଠାଉଥିଲେ। ଏହାକୁ କ୍ଲିକ୍ କରିବା ମାତ୍ରେ ଆକାଉଣ୍ଟରୁ କଟିଯାଉଥିଲା ଟଙ୍କା। ଜ୍ୟୋତିଷ ଏହି ଟଙ୍କାକୁ କଳାରୁ ଧଳା କରିବାରେ ସହାୟତା କରୁଥିଲେ।
Cyber fraud: ଭିନ୍ନ ଏକ ସାଇବର୍ ଠକେଇ: ବଲାଙ୍ଗୀରରେ କର୍ଣ୍ଣାଟକ ପୁଲିସର ଖୋଳତାଡ଼
ଜ୍ୟୋତିଷ ପ୍ରାୟ ବର୍ଷେ ହେଲା ଏକ ଆନ୍ତରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗରେ ସାମିଲ ହୋଇଛି। ସେ ଠକମାନଙ୍କୁ ସହଯୋଗ କରିବା ତଥା ଟଙ୍କା କାରବାର କରିବାକୁ ନିଜ ଗ୍ରାହକଙ୍କ ଆକାଉଣ୍ଟର ଆକ୍ସେସ୍ ନେଉଥିଲା। ଏହି ଆକାଉଣ୍ଟ ଜରିଆରେ ୪୦ରୁ ୫୦ ଲକ୍ଷ ଟଙ୍କାର କାରବାର କରୁଥିଲା। ତେବେ ଏହି ମାମଲାର ତଦନ୍ତ କରି ଉଦିତନଗର ଥାନାଧିକାରୀ ଏକ ଟିମ୍ ଗଠନ କରି ଝାଡ଼ଖଣ୍ଡ ଯାଇଥିଲେ। ସେଠାରୁ ଅଭିଯୁକ୍ତମାନଙ୍କ ଆଇପି ଟ୍ରାକ୍ କରି ୪ ଜଣ ଗିରଫ କରି ରାଉରକେଲା ଅଣାଯାଇଛି।
Cyber safety awareness: ମୋବାଇଲ୍ ବ୍ୟବହାର ସତର୍କତା, ବ୍ୟକ୍ତିଗତ ତଥ୍ୟ ଓ ଫଟୋ ସୁରକ୍ଷିତ ରଖିବାକୁ ପରାମର୍ଶ
ଆଜିର ସାମ୍ବାଦିକ ସମ୍ମିଳନୀରେ ଡିଏସପି ଯତୀନ୍ଦ୍ରନାଥ ସେଠୀ ଓ ଉଦିତନଗର ଥାନାଧିକାରୀ ପ୍ରଭ୍ ସିମରନ୍ ସିଂ ଉପସ୍ଥିତ ଥିଲେ।

1 hour ago
1


