ARTICLE AD BOX
କାଳିଆପାଣି (ରବି ନାରାୟଣ କର): ରାଜ୍ୟରେ ଚହଳ ପକାଇଥିବା ୬, ୮୬୦ କୋଟି ଟଙ୍କା ଚିଟ୍ଫଣ୍ଡ ଠକେଇ ପାଇଁ ସରକାର ୨୦୧୩ ମସିହା ଜୁଲାଇ ୯ ତାରିଖରେ ତଦନ୍ତ କମିସନ ଗଠନ କରିଥିଲେ। ଜଷ୍ଟିସ ରାଧାକୃଷ୍ଣ ପାତ୍ର ଏହାର ମୁଖ୍ୟ ଥିଲେ। ତାଙ୍କ ମୃତ୍ୟୁ ପରେ ୨୦୧୫ ମସିହା ଜାନୁଆରି ମାସରୁ ଜଷ୍ଟିସ ମଦନ ମୋହନ ଦାସ ଏହି ତଦନ୍ତ କମିସନ ମୁଖ୍ୟ ହୋଇଥିଲେ।
ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ୩ ଶହ କୋଟି ଟଙ୍କାର କର୍ପସ ଫଣ୍ଡ ରଖିଥିଲେ। ଏତେସବୁ ସତ୍ତ୍ବେ ଲୋକେ ସାମାନ୍ୟ ଲୋଭର ବଶବର୍ତ୍ତୀ ହୋଇ ଚିଟ୍ଫଣ୍ଡ ଭଳି ଅନ୍ୟ ଏକ ଠକ ସଂସ୍ଥା ଦ୍ବାରା ବଡ଼ ଧରଣର ସାଇବର ଠକେଇର ଶିକାର ହୋଇଛନ୍ତି। ୨୦୨୧ ମସିହାରୁ ୨୦୨୫ ମସିହା ମଧ୍ୟରେ ଫୋର ଏକ୍ସ ଟ୍ରେଡିଂ କମ୍ପାନିରେ ୩୦ ଜଣରୁ ଅଧିକ ନିବେଶକକାରୀ ୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରି ତଳିତଳାନ୍ତ ହୋଇଥିବା ନେଇ ଆଜି କାଳିଆପାଣି ଥାନାର ଦ୍ବାରସ୍ଥ ହୋଇଛନ୍ତି।
ଯାଜପୁର, କେନ୍ଦୁଝର, ଭୁବନେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ସମ୍ବଲପୁରର ଏହି ନିବେଶକକାରୀମାନେ ଅର୍ଥ ଫେରସ୍ତ ପାଇଁ ସଂଗ୍ରାମ ମଞ୍ଚ ନାଁରେ ଏକ ସଂଗଠନ ଗଢ଼ିଛନ୍ତି। ୪୦ ଲକ୍ଷ ଟଙ୍କା ହରାଇଥିବା କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ତ୍ରିଲୋଚନ ଜେନାଙ୍କ ନେତୃତ୍ବରେ କ୍ଷତିଗ୍ରସ୍ତମାନେ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। କାଳିଆପାଣିରେ ଜନସେବା କେନ୍ଦ୍ର ଚଳାଉଥିବା ସ୍ଥାନୀୟ ଜଣେ ବ୍ୟକ୍ତି ନିବେଶକମାନଙ୍କୁ ପ୍ରଲୋଭିତ କରି ଠକିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ମୋବାଇଲ୍ ଫୋନ୍ ସୁଇଚ୍ଅଫ୍ କରି ଫେରାର୍ ଥିବା ଜଣାପଡ଼ିଛି। ଅଭିଯୁକ୍ତକୁ ଥାନାକୁ ଡକାଇ ସତ୍ୟାସତ୍ୟ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।
ଯାଜପୁରଟାଉନ ବିରଜା ମନ୍ଦିର ଇଲାକାର ରମାକାନ୍ତ ପୃଷ୍ଟି ସର୍ବାଧିକ ୬୬ ଲକ୍ଷ ଟଙ୍କା ହରାଇଥିବା ଜଣାପଡ଼ିଛି। ସେ ଜମି ବିକି ଅର୍ଥ ବିନିଯୋଗ କରିଥିଲେ। ଆଳିର ଶ୍ରୀ ଜେନା ୪୦ ଲକ୍ଷ, ବ୍ରାହ୍ମଣୀପାଳର ବାସନ୍ତୀ ମୁର୍ମୁ ୩୧ ଲକ୍ଷ, ଯାଜପୁରଟାଉନର ପବିତ୍ର ସାହୁ ୨୪.୫ ଲକ୍ଷ, ଯାଜପୁର ବଶାଣପୁରର ଅଶୋକ ସେନାପତି ୨୨,୫ ଲକ୍ଷ, କୁଆଖିଆର ବଟକୃଷ୍ଣ ଓଝା ୧୯ ଲକ୍ଷ, ଝୁମ୍ପୁରାର ନାୟର ଅହମ୍ମଦ ୧୭ ଲକ୍ଷ, କେନ୍ଦୁଝର ଆଟ୍ଟପୁରର ବରୁଣ କୁମାର ବେହେରା ୧୬ ଲକ୍ଷ, କାଳିଆପାଣି ଥାନା କଅଁସ ପଞ୍ଚାୟତର ପୂର୍ବତନ ସମିତିସଭ୍ୟା ମାଇଦି ମୁର୍ମୁ ୧୬ ଲକ୍ଷ, ଘଷିପୁରା ଥାନା ନାରଙ୍ଗପୁରର ନମ୍ରତା ଶତପଥୀ ୧୫ ଲକ୍ଷ, ଜଗତସିଂହପୁର ବିଶନପୁରର ଅଜୟଲକ୍ଷ୍ମୀ ବେହେରା ୧୪ ଲକ୍ଷ, ଟମକା କିଆଝରର ତ୍ରିଲୋଚନ ମହାନ୍ତ ୧୦ ଲକ୍ଷ, କେନ୍ଦୁଝରଟାଉନ ଥାନା ଢାଙ୍ଗରପଡ଼ାର ୩ ଜଣ ନିରାକାର ବେହେରା ୧୦ ୬ ଲକ୍ଷ, ଅଭୟ କୁମାର ବେହେରା ଓ ଯଶୋବନ୍ତ ପାତ୍ର ୬ ଲକ୍ଷ ଲେଖାଏଁ, ଆଟ୍ଟପୁରର ଦେବ କୁମାର ସାହୁ ୬ ଲକ୍ଷ ଟଙ୍କା ହରାଇଥିବା ଦର୍ଶାଯାଇଥିଲା।
ବିରଜାମନ୍ଦିର ପାଖରୁ ପୂଜାରାଣୀ ପୃଷ୍ଟି ୫ ଲକ୍ଷ, ଚିତ୍ରରେଖା ମଲ୍ଲିକ ୪.୨ ଓ ଗୌତମ ପୃଷ୍ଟି ୩ ଲକ୍ଷ, ଦୁଲାଖାପାଟଣାର ବାବାଜୀ ବେହେରା ୪ ଲକ୍ଷ, ଆଟ୍ଟପୁରର ଦୀପକ କୁମାର ସାହୁ ୪ ଲକ୍ଷ, ଭୁବନେଶ୍ବରର ସୁଦର୍ଶନ ପଟ୍ଟନାୟକ ଓ କୃଷ୍ଣଚନ୍ଦ୍ର ମହାପାତ୍ର ୩.୫ ଲକ୍ଷ ଟଙ୍କା ଲେଖାଏଁ ହରାଇଥିବା ଅଭିଯୋଗ କରିଥିଲେ। ଅନ୍ୟମାନେ ୧ ଲକ୍ଷରୁ ଅଢ଼େଇ ଲକ୍ଷ ହରାଇଥିବା କହିଥିଲେ।
Robot Import Ban: ଚୀନ୍ ଦ୍ବାରା ହ୍ୟାକିଂ ଏବଂ ସାଇବର ଆକ୍ରମଣ ଆଶଙ୍କା: ଆମେରିକାରେ ମାନବ ରୋବୋଟ୍ ଆମଦାନି ନିଷେଧ

6 days ago
5


