ARTICLE AD BOX
ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଐତିହାସିକ ବାଲିଯାତ୍ରାର ଉଦ୍ଘାଟନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ସଂକ୍ରାନ୍ତରେ ବାଲିଯାତ୍ରା ଆୟୋଜକ କଟକ ଜିଲ୍ଲା ସଂସ୍କୃତି ପରିଷଦ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ...
/sambad/media/media_files/2025/07/15/president-2025-07-15-02-07-56.jpg)
କଟକ: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଐତିହାସିକ ବାଲିଯାତ୍ରାର ଉଦ୍ଘାଟନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ସଂକ୍ରାନ୍ତରେ ବାଲିଯାତ୍ରା ଆୟୋଜକ କଟକ ଜିଲ୍ଲା ସଂସ୍କୃତି ପରିଷଦ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଥିଲା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ମତି ମିଳିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ବାଲିଯାତ୍ରା ଉଦ୍ଘାଟନୀ ସମାରୋହରେ ଯୋଗ ଦେଲେ ଏହା ପ୍ରଥମ ଘଟଣା ହେବ। ପୂର୍ବରୁ କୌଣସି ରାଷ୍ଟ୍ରପତି ବାଲିଯାତ୍ରାରେ ସାମିଲ ହୋଇ ନଥିଲେ।
ତେବେ ଏଥର ଜଣେ ଓଡ଼ିଆ ଦେଶର ସର୍ବୋଚ୍ଚ ନାଗରିକ ହୋଇଥିବାରୁ ଚଳିତ ବାଲିଯାତ୍ରା ଏକ ନୂଆ ଇତିହାସ ରଚିବାକୁ ଯାଉଛି। ରାଷ୍ଟ୍ରପତିଙ୍କ ବ୍ୟତୀତ ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାରୋହରେ ଯୋଗ ଦେବାକୁ ସ୍ବୀକୃତି ଦେଇଥିବା ଜଣାପଡ଼ିଛି। ଇଣ୍ଡୋନେସିଆ ବାଲି ପ୍ରଦେଶର ଗଭର୍ଣ୍ଣର ଆଇ. ୱାୟାନ କୋଷ୍ଟରଙ୍କୁ ବାଲିଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯିବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି। ବାଲିଯାତ୍ରା ଆୟୋଜନ ବିଷୟରେ ଶୁକ୍ରବାର ଦିନ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

19 hours ago
2


