ARTICLE AD BOX
ଚେନ୍ନାଇ: ଆଇପିଏଲ୍-୨୦୨୭ ପୂର୍ବରୁ ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ତା’ର ପ୍ରଶିକ୍ଷକ ମଣ୍ଡଳୀରେ ଆଉ ଏକ ବଡ଼ ପରିବର୍ତ୍ତନ କରିଛି। ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ଏବଂ ବୋଲିଂ ପ୍ରଶିକ୍ଷକ ଏରିକ୍ ସାଇମନ୍ସ୍ଙ୍କ ଭଳି ବ୍ୟାଟିଂ ପ୍ରଶିକ୍ଷକ ମାଇକ ହସିଙ୍କୁ ମଧ୍ୟ ବିଦାୟର ରାସ୍ତା ଦେଖାଇ ଦେଇଛି। କିଛି ଦିନ ତଳେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଫ୍ଲେମିଂଙ୍କୁ ହଟାଇ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଥିଲା ସିଏସ୍କେ। ଏବେ ବ୍ୟାଟିଂ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆର ପୂର୍ବତନ ବାମହାତୀ ବ୍ୟାଟର୍ ହସିଙ୍କଠାରୁ ମଧ୍ୟ ଅଲଗା ହୋଇଛି ଏହି ଦଳ।
Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ
ଫଳରେ ୧୫ବର୍ଷ ଧରି ଥିବା ପୁରୁଣା ତଥା ଦୀର୍ଘମିଆଦି ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଛି। ସିଏସ୍କେ ପରିଚାଳନା ପକ୍ଷରୁ ହସିଙ୍କୁ ଏହି ନିଷ୍ପତ୍ତି ବିଷୟରେ ଔପଚାରିକ ଭାବେ ଜଣାଇ ଦିଆଯାଇଛି। ତେବେ ଆଗାମୀ ଆଇପିଏଲ୍ ସଂସ୍କରଣରେ ସେ ଅନ୍ୟ କୌଣସି ଦଳର ପ୍ରଶିକ୍ଷକ ମଣ୍ଡଳୀରେ ସାମିଲ ହୋଇପାରନ୍ତି। ଏଥିପାଇଁ ସେ କିଛି ଦଳ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ସେହିଭଳି ବୋଲିଂ ପ୍ରଶିକ୍ଷକ ସାଇମନ୍ସ୍ଙ୍କ ସ୍ଥାନରେ ମୋହିତ ଶର୍ମାଙ୍କୁ ନିଜ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ କରିଛି ସିଏସ୍କେ। ସିଏସ୍କେର ଏହି ପରିବର୍ତ୍ତନ ପଛରେ ଦଳର ଅଭିଜ୍ଞ ଖେଳାଳି ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସିଏସ୍କେ ସହ ଜଡ଼ିତ ରହି ହସି ପାଞ୍ଚଟି ଆଇପିଏଲ୍ ଟ୍ରଫି ଜିତିଛନ୍ତି। ଏଥିରୁ ଦୁଇଟି ଖେଳାଳି ଭାବେ ଏବଂ ତିନିଟି ପ୍ରଶିକ୍ଷକ ଭାବେ ହାସଲ କରିଛନ୍ତି।

1 hour ago
1


