Crude Oil: ରୁଷରୁ କମ୍‌ ତେଲ କିଣିବ ଭାରତ: ମଧ୍ୟପ୍ରାଚ୍ୟରୁ ମଗାଇବ

1 hour ago 1
ARTICLE AD BOX

ନୂଆଦିଲ୍ଲୀ:ରୁଷରୁ ମଗାଯାଉଥିବା ଅଶୋଧିତ ତୈଳ ମହଙ୍ଗା ହେବା ପରେ ତାହା କିଣିବାକୁ ନେଇ ଭାରତୀୟ ବିଶୋଧନାଗାରଗୁଡ଼ିକ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଚୀନ ବିପୁଳ ପରିମାଣର ତେଲ କିଣିବା ପରେ ରୁଷ ତେଲ ମହଙ୍ଗା ହୋଇଛି। ତେଣୁ ଭାରତୀୟ କମ୍ପାନିଗୁଡ଼ିକ ନଭେମ୍ବର ମାସ ପାଇଁ ଦେଇଥିବା ବରାଦ କମ୍‌ କରିଛନ୍ତି। ଅନ୍ୟପକ୍ଷରେ, ମଧ୍ୟପ୍ରାଚ୍ୟରୁ ତେଲ ଯୋଗାଣ ଧୀରେ ଧୀରେ ସ୍ବାଭାବିକ ହେଉଥିବାରୁ ଭାରତ ସେହି ଅଞ୍ଚଳରୁ ଅଧିକ ତେଲ ଆଣିବା ଉପରେ ବିଚାର କରୁଛି।

ଦଣ୍ଡ ଭୋଗିବାର ଆଶଙ୍କା ରହିଛି

୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବଡ଼ ରିହାତି ସହ ରୁଷ୍‌ ତେଲ ମିଳୁଥିଲା। ଏବେ କିନ୍ତୁ ସେହି ସୁବିଧା ଆଉ ନାହିଁ। ରିହାତି ହଟିଯିବା ପରେ ରୁଷ ଓ ମଧ୍ୟପ୍ରାଚ୍ୟ ତେଲ ଦର ପ୍ରାୟ ସମାନ ସ୍ତରକୁ ଚାଲିଆସିଛି। ଏମିତିରେ ରୁଷ ତେଲ ଉପରେ ଆମେରିକା ସରକାର କଠୋର କଟକଣା ଲଗାଇଥିବାରୁ ସେଠାରୁ ତେଲ ମଗାଇବା କଷ୍ଟକର ହେଉଛି ଓ ଦଣ୍ଡ ଭୋଗିବାର ମଧ୍ୟ ଆଶଙ୍କା ରହିଛି। ଭାରତ ପର୍ଯ୍ୟାୟକ୍ରମେ ରୁଷରୁ ତେଲ କିଣା କମ୍‌ କରୁଛି। ଗତ ଜୁଲାଇରେ ଭାରତ ୫୬ ପ୍ରତିଶତ ତେଲ ରୁଷରୁ ମଗାଇଥିଲା। ସେପ୍ଟେମ୍ବର ସୁଦ୍ଧା ସେହି ଭାଗ ୩୫ ପ୍ରତିଶତକୁ ଖସିଆସିଛି। ଅକ୍ଟୋବର ମାସରେ ଦୈନିକ ମାତ୍ର ୩,୧୦,୦୦୦ ବ୍ୟାରେଲ୍‌ ରୁଷ୍‌ ତେଲ ମଗାଯାଇଥିଲା ଯାହା ୨୦୨୨ ମାର୍ଚ୍ଚ ପରଠାରୁ ସର୍ବନିମ୍ନ ଅଟେ।

ରୁଷଠାରୁ ଭାରତ ଓ ଚୀନ ଅଧିକ ତେଲ ମଗାଉଛନ୍ତି। ତେବେ ସେଠାରୁ ତେଲ ଜାହାଜ ବାହାରିବା ପରେ କେଉଁଠାରେ ପହଞ୍ଚିବ ତାହା ପୂର୍ବରୁ ଆକଳନ କରାଯାଇପାରୁନାହିଁ। ଅନେକ ମାମଲାରେ ଭାରତ ଆସିବାକୁ ଥିବା ଜାହାଜ ମାର୍ଗ ବଦଳାଇ ଚୀନ ଚାଲିଯାଉଛି। ସମୁଦ୍ର ମଝିିରେ କଟକଣା ଲାଗିଥିବା ଜାହାଜରୁ ତେଲ ବାହାର କରି ଅନ୍ୟ ଜାହାଜରେ ଆଣିବାକୁ ପଡ଼ୁଛି।

Controversy: ୪୨ ଜଣ ଜଜଙ୍କ ଖୋଲା ଚିଠି, ‘ସତ୍ୟତା ବିନା କୋର୍ଟ ବାହାରେ ଅଭିଯୋଗ ଗ୍ରହଣୀୟ ନୁହେଁ’

ଯେହେତୁ ପୂର୍ବରୁ ମିଳୁଥିବା ରିହାତିର ଲାଭ ନାହିଁ, ତେଣୁ ଏବେ କଷ୍ଟକର ରୁଷରୁ ଅଧିକ ତେଲ ମଗାଇବାକୁ ଭାରତ ଚାହୁନାହିଁ। କିନ୍ତୁ ଏହା ସେହି ତେଲ କିଣା ସମ୍ପୂର୍ଣ୍ଣ ବନ୍ଦ କରିବନାହିଁ। ଯୋଗାଣରେ ବିବିଧତା ବଜାୟ ରଖିବାକୁ ଭାରତ ବିଭିନ୍ନ ଦେଶରୁ ତେଲ ମଗାଇବା ଜାରି ରଖିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.