Critical Mineral Processing Park: ପାରାଦୀପରେ ହେବ କ୍ରିଟିକାଲ୍‌ ମିନେରାଲ୍‌ ପ୍ରୋସେସିଂ ପାର୍କ

2 months ago 21
ARTICLE AD BOX

ଭୁବନେଶ୍ବର: ଜାତୀୟ କ୍ରିଟିକାଲ୍‌ ମିନେରାଲ୍‌ସ ମିସନ ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କ୍ରିଟିକାଲ୍‌ ମିନେରାଲ୍‌ ପାର୍କ ସ୍ଥାପନ କରାଯିବ। ସେଥିରୁ ଗୋଟିଏ ପାରାଦୀପରେ ସ୍ଥାପନ କରାଯିବ ବୋଲି କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ସୂଚନା ଦେଇଛନ୍ତି। ପାରାଦୀପର ପେଟ୍ରୋଲିୟମ, କେମିକାଲ୍‌ସ ଓ ପେଟ୍ରୋକେମିକାଲ୍‌ସ ନିବେଶ ଅଞ୍ଚଳ (ପିସିପିଆଇଆର୍‌)ରେ ଏହି ପାର୍କ ସ୍ଥାପନ କରାଯିବ। ଏହା ଦ୍ବାରା ରାଜ୍ୟରେ କ୍ରିଟିକାଲ୍‌ ମିନେରାଲ୍‌ର ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗରେ ଉନ୍ନତି ହେବ। ଏହି ‌କ୍ଷେତ୍ରର କମ୍ପାନି ସମେତ ଆନୁଷଙ୍ଗିକ କମ୍ପାନିଗୁଡ଼ିକୁ ଉନ୍ନତ ଭିତ୍ତିଭୂମି ଯୋଗାଇ ଦିଆଯିବ।

 ସାରା ଦେଶରେ କ୍ରିଟିକାଲ୍‌ ମିନେରାଲ୍‌ ପାର୍କ ସ୍ଥାପନ କରିବାକୁ ୫୦୦ କୋଟି ଟଙ୍କା ବିନିଯୋଗ କରାଯିବ। ସେଥିରୁ କିଛି ଅଂଶ ପାରାଦୀପରେ ନିବେଶ ହେବ। ୨୦୨୬-୨୬ ବଜେଟ୍‌ରେ ଓଡ଼ିଶାରେ ଏକ ବିରଳ ମୃତ୍ତିକା କରିଢର୍‌ ସ୍ଥାପନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। ସମଗ୍ର ବିଶ୍ବରେ ଏଆଇ ଚିପ୍‌, ଇଲେକ୍ଟ୍ରିକ୍‌ ଯାନ, ସୌର ଶକ୍ତିର ଗ୍ରହଣୀୟତା ବଢ଼ୁଥିବାରୁ ଶିଳ୍ପ ପାଇଁ କ୍ରିଟିକାଲ୍‌ ମିନେରାଲ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନରେ ପରିଣତ ହୋଇଛି। ଏହି ସବୁ ଉପାଦାନ ଥିବା ଦେଶଗୁଡ଼ିକ ଧୀରେ ଧୀରେ ରପ୍ତାନି କଟକଣା ଲଗାଇବା ଓ ବିଶ୍ବ ଯୋଗାଣ ଶୃଙ୍ଖଳରେ ସମସ୍ୟା ରହୁଥିବାରୁ ଭାରତ ଏକ୍ଷେତ୍ରରେ ଆତ୍ମନିର୍ଭର ହେବା ଲାଗି କ୍ରିଟିକାଲ୍‌ ମିନେରାଲ୍‌ ମିସନ ଆରମ୍ଭ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.