Cristiano Ronaldo: ରୋନାଲ୍ଡୋଙ୍କ ବଡ଼ ସଙ୍କେତ: କହିଲେ- ମୋର ଫୁଟବଲ୍ କ୍ୟାରିୟରର ଶେଷ ବର୍ଷ

1 hour ago 2
ARTICLE AD BOX

ଲିସବନ୍: ଫୁଟବଲ୍ ଦୁନିଆର ମହାନ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ନେଇ ବଡ଼ ସଙ୍କେତ ମିଳିଛି। ୨୦୨୬-୨୭ ଋତୁ ତାଙ୍କ ଖେଳାଳି ଜୀବନର ଶେଷ ଋତୁ ହୋଇପାରେ ବୋଲି ୪୧ ବର୍ଷୀୟ ରୋନାଲ୍ଡୋ କହିଛନ୍ତି। ଏହା ତାଙ୍କ ଦୁଇ ଦଶନ୍ଧିରୁ ଅଧିକ ସମୟର ଐତିହାସିକ କ୍ୟାରିୟରର ଅନ୍ତ ଆଡ଼କୁ ଇଙ୍ଗିତ କରୁଛି।

ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ରୋନାଲ୍ଡୋ କହିଛନ୍ତି, “ଏହା ସମ୍ଭବତଃ ମୋର ଫୁଟବଲ୍ କ୍ୟାରିୟରର ଶେଷ ବର୍ଷ। ମୁଁ ଏକ ଚମତ୍କାର ପରମ୍ପରା ଛାଡ଼ି ଯିବାକୁ ଚାହୁଁଛି।”ଏହି ସାକ୍ଷାତକାରରେ ସେ ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ ବି ସୂଚନା ଦେଇଛନ୍ତି। ଅବସର ପରେ ପରିବାରକୁ ଅଧିକ ସମୟ ଦେବା ସହ ଭ୍ରମଣ କରିବେ ଓ ପାଡେଲ୍‌ ଖେଳ ଦେଖିବେ ବୋଲି ସେ କହିଛନ୍ତି।

ବର୍ତ୍ତମାନ ସାଉଦି ଆରବର କ୍ଲବ୍ ଅଲ୍-ନାସର ପକ୍ଷରୁ ଖେଳୁଥିବା ରୋନାଲ୍ଡୋଙ୍କ ଚୁକ୍ତି ୨୦୨୭ ଜୁନ୍ ପର୍ଯ୍ୟନ୍ତ ରହିଛି। ତେଣୁ ଆସନ୍ତା ଋତୁ ତାଙ୍କ ପେସାଦାର ଫୁଟବଲ୍ ଜୀବନର ଶେଷ ଋତୁ ହୋଇପାରେ। ଅବସର ନେଇ ରୋନାଲ୍ଡୋ ପୂର୍ବରୁ ମଧ୍ୟ ସଂକେତ ଦେଇଥିଲେ, କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦେଇନଥିଲେ। ଗତ ନଭେମ୍ବରରେ ସେ ଆଉ ଏକରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଖେଳିବାକୁ ଆଶା କରୁଥିବା କହିଥିଲେ। ଏହା ସହ ୨୦୨୬ ଫିଫା ବିଶ୍ୱକପ୍ ତାଙ୍କ ଶେଷ ବିଶ୍ୱକପ୍ ହେବ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ।

ରୋନାଲ୍ଡୋଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

୨୦୨୬ ବିଶ୍ୱକପ୍‌ରେ ପର୍ତ୍ତୁଗାଲ୍ ରାଉଣ୍ଡ ଅଫ୍ ୧୬ରେ ସ୍ପେନ୍ ନିକଟରୁ ପରାଜିତ ହୋଇ ବିଦାୟ ନେଇଥିଲା। ରୋନାଲ୍ଡୋ ଏହି ବିଶ୍ବକପ୍‌ରେ ମୋଟ ୩ଟି ଗୋଲ୍ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.