Cricket: ମନ୍ଧାନା ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ

1 week ago 5
ARTICLE AD BOX

ନାଗୋୟା: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଓପନର୍‌ ସ୍ମୃତି ମନ୍ଧାନା ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ସ୍କୋର କରିଥିବା ବ୍ୟାଟର୍‌ ହୋଇଛନ୍ତି। ଏସୀୟ କ୍ରୀଡ଼ାର ସେମିଫାଇନାଲରେ ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବ୍ୟାଟିଂ କରିବା ସମୟରେ ସେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ମୋଟ ଟ୍ବେଣ୍ଟି-୨୦ ରନ୍‌ ୬୭୬୧ରେ ପହଞ୍ଚିଛି। ଏହା ସହିତ ସେ ନ୍ୟୁଜିଲାଣ୍ଡର ପୂର୍ବତନ ଓପନର୍‌ ସୁଜି ବେଟ୍ସଙ୍କୁ ପଛରେ ପକାଇଛନ୍ତି। 

ସୁଜି ବେଟ୍ସଙ୍କୁ ପଛରେ ପକାଇଛନ୍ତି ସ୍ମୃତି ମନ୍ଧାନା

ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌ ପରେ ଏହି ଫର୍ମାଟ୍‌ରୁ ଅବସର ନେଇଥିବା ବେଟ୍ସଙ୍କ ନାମରେ ୪,୭୫୮ ରନ୍‌ ରହିଛି। ମନ୍ଧାନା ମଧ୍ୟ ଟ୍ବେଣ୍ଟି-୨୦ରେ ୧୦୦ ଛକା ମାରିବାର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ମହିଳା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ରନ ସଂଗ୍ରହକାରୀ ତାଲିକାରେ ଭାରତୀୟ ଅଧିନାୟିକା ହରମନପ୍ରୀତ୍‌ କୌର (୪୨୮୭) ତୃତୀୟ ଏବଂ ଶ୍ରୀଲଙ୍କା ଅଧିନାୟିକା ଚମାରି ଅଟାପଟୁ (୪୨୮୨) ଚତୁର୍ଥରେ ରହିଛନ୍ତି। ପଞ୍ଚମରେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ (୩୮୧୭) ଅଛନ୍ତି।

ନ୍ୟୁଜିଲ୍ୟାଣ୍ଡ ସଂସଦରେ ଚୁକ୍ତିକୁ ଅନୁମୋଦନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.