ARTICLE AD BOX
କଲମ୍ବୋ:ଭାରତ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ୧୬୫ ରନ୍ରେ ହାରିଥିବା ଶ୍ରୀଲଙ୍କା ପାଇଁ ଆହତ ଜନିତ ସମସ୍ୟା ଚିନ୍ତାର କାରଣ ହୋଇଛି। ଦ୍ବିତୀୟ ଟେଷ୍ଟ୍ କଲମ୍ବୋରେ ରବିବାରଠୁ ଆରମ୍ଭ ହେବାକୁ ଥିଲା ବେଳେ ଘରୋଇ ଦଳର ପ୍ରମୁଖ ବ୍ୟାଟର୍ କୁଶାଲ ମେଣ୍ଡିସ୍ ହାମ୍ଷ୍ଟ୍ରିଙ୍ଗ ଆହତରୁ ମୁକୁଳି ନାହାନ୍ତି। ଏବେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ବ୍ୟାଟର୍ ଦିନେଶ ଚାନ୍ଦିମାଳ। ସେ ମୁଣ୍ଡ ଜନିତ ଆଘାତ (କନ୍କସନ୍) ସମସ୍ୟା ଯୋଗୁଁ ପଡ଼ିଆ ଛାଡ଼ିଥିଲେ। ଫଳରେ ତାଙ୍କ ବଦଳ ଖେଳାଳି ଭାବେ ପସିନ୍ଧୁ ସୂର୍ଯ୍ୟବବନ୍ଦରା ଖେଳିଥିଲେ।
ଲାଇନ୍-ଅପ୍ ଆହରି ଦୁର୍ବଳ
ଆଇସିସି ନିୟମ ଅନୁଯାୟୀ କନ୍କସନ୍ ପାଇଁ ପଡ଼ିଆ ଛାଡ଼ିଥିଲେ, ୭ଦିନ ପର୍ଯ୍ୟନ୍ତ ଆଉ ଖେଳିପାରିବେନି। ‘‘ଆମେ ଦ୍ବିତୀୟ ଟେଷ୍ଟ୍ରେ କିଛି ପ୍ରମୁଖ ଖେଳାଳି ବିନା ଖେଳିବୁ। କୁଶାଲ ମେଣ୍ଡିସ୍ ସୁସ୍ଥ ହୋଇ ନଥିବାରୁ ଦ୍ବିତୀୟ ଟେଷ୍ଟ୍ରେ ଉପଲବ୍ଧ ହେବନି। ଫଳରେ ଅନ୍ୟ ଖେଳାଳିମାନେ ନିଜକୁ ପ୍ରମାଣିତ କରିବାର ସୁଯୋଗ ପାଇବେ’’ ବୋଲି ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟନ କହିଛନ୍ତି। ଜୁନ୍ରେ ପଥୁମ ନିଶଙ୍କଙ୍କ ଅସ୍ତ୍ରୋପଚାର ହୋଇଥିବାରୁ ସେ ବି ଦଳଠୁ ଦୂରେଇ ରହିଛନ୍ତି। ଫଳରେ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍-ଅପ୍ ଆହରି ଦୁର୍ବଳ ହୋଇଯାଇଛି।

1 hour ago
1


