ARTICLE AD BOX
ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆର ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍ ବିବିଏଲ୍ (ବିଗ୍ ବାସ୍ ଲିଗ୍) ଖୁବ୍ ଶୀଘ୍ର ଘରୋଇ କରଣ ହେବାକୁ ଯାଉଛି। ଏହି ଲିଗ୍ରେ ଘରୋଇ ପୁଞ୍ଜି ନିବେଶ ପାଇଁ ଏହାର ଆୟୋଜକ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ନିଷ୍ପତ୍ତିି ନେଇଥିବା ଘୋଷଣା କରିଛି। ଏହା ଦ୍ବାରା ବିିବିଏଲ୍ରେ ବୈପ୍ଳବିକ ପରିବର୍ତ୍ତନ ହେବ ବୋଲି ସିଏ ବିଶ୍ବାସ ରଖିଛି। ଏପରିକି ବିବିଏଲ୍ର ଅନ୍ୟତମ ପ୍ରମୁଖ ଫ୍ରାଞ୍ଚାଇଜ୍ ମେଲ୍ବର୍ଣ୍ଣ ରେନେଗେଡ୍ସକୁ ବିକ୍ରୀ କରିଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ୨୦୨୭-୨୮ ଋତୁରୁ ହିଁ ଏହି ନୂଆ ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।
ଟ୍ବେଣ୍ଟି-୨୦ କ୍ରିକେଟ୍ ବଜାରରେ ପ୍ରତିଦ୍ବନ୍ଦ୍ବିତା
ଅଷ୍ଟ୍ରେଲିଆ କ୍ରିକେଟ୍ର ଭବିଷ୍ୟତକୁ ନଜରରେ ରଖି ଏଭଳି ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଇଛି। ଟ୍ବେଣ୍ଟି-୨୦ କ୍ରିକେଟ୍ ବଜାରରେ ପ୍ରତିଦ୍ବନ୍ଦ୍ବିତା ବଢ଼ାଇବା ଏବଂ ଆର୍ଥିକ ଦିଗକୁ ଅଧିକ ଦୃଢ଼ କରିବା ଲକ୍ଷ୍ୟରେ ଏଭଳି କରାଯାଉଛି। ପୂର୍ବରୁ ଏହି ଘରୋଇକରଣ ପ୍ରସ୍ତାବକୁ ନିୟୁ ସାଉଥ୍ୱେଲ୍ସ ଆଣ୍ଡ୍ କୁଇନ୍ସଲାଣ୍ଡ୍ କ୍ରିକେଟ୍ ବୋର୍ଡ ପ୍ରତ୍ୟାଖାନ କରିଥିଲା। କିନ୍ତୁ ନୂଆ ଯୋଜନାରେ ସେମାନଙ୍କ କ୍ଲବ୍ଗୁଡ଼ିକ ପାଇଁ ବିକଳ୍ପ ବାଟର ବ୍ୟବସ୍ଥା କରାଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ପୂର୍ବରୁ ଏହାର ପ୍ରସ୍ତାବରେ ବିବିଏଲ୍ ଫ୍ରାଞ୍ଚାଇଜ୍ର ୪୯ ପ୍ରତିଶତ ବିକ୍ରୀ ପାଇଁ ପ୍ରସ୍ତାବ ରଖିଥିଲା ଏବଂ ଯେଉଁ ରାଜ୍ୟରେ ଏକାଧିକ ଦଳ ଥିଲା ସେଠାରେ ଏହାକୁ ୧୦୦ ପ୍ରତିଶତ ରଖିଥିଲା। ଏହି ପ୍ରାରମ୍ଭିକ ଯୋଜନାକୁ ସମର୍ଥନ କରିଥିବା କ୍ରିକେଟ୍ ଭିକ୍ଟୋରିଆର ଫ୍ରାଞ୍ଚାଇଜ୍ ମେଲ୍ବର୍ଣ୍ଣ ରେନେଗ୍ରେଡ୍ସ ପ୍ରଥମେ ବିକ୍ରି ହେବାକୁ ଯାଉଛି। ଏହି ଫ୍ରାଞ୍ଚାଇଜ୍ ୨୦୧୮-୧୯ରେ ବିବିଏଲ୍ ବିଜେତା ହୋଇଥିଲା। ଏହା କିଛି ଆଇପିଏଲ୍ ଫ୍ରାଞ୍ଚାଇଜ୍ ପାଇଁ ବିବିଏଲ୍ ପ୍ରବେଶ ଦ୍ବାରକୁ ଉନ୍ମୁକ୍ତ କରିବା ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଟଡ୍ ଗ୍ରିନ୍ବର୍ଗ କହିଛନ୍ତି ‘କ୍ରିକେଟ୍ରେ ଭାରତର ବଡ଼ ବଜାର ରହିଛି, ତେବେ ଆମେ କ୍ରିକେଟ୍ ଖେଳକୁ ଭାରତକୁ ବିକ୍ରି କରିବାକୁ ଚାହୁଁ ନାହୁଁ। ଏହି କଥାରେ ପୂର୍ଣ୍ଣଛେଦ ପଡୁ’।
ଭାରତକୁ ସେମିଫାଇନାଲ୍ ଦ୍ବାରରେ ପହଞ୍ଚାଇ ଦେଇଛନ୍ତି ଓଡ଼ିଆ ଅଧିନାୟକ ତଥା ତାରକା

3 hours ago
1


