ARTICLE AD BOX
ଦୁବାଇ: ୟୁକେ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର ପ୍ରଦର୍ଶନ ଖରାପ ଥିଲା ବେଳେ ଏହାର ଦୁଇ ବ୍ୟାଟର୍ ଈଶାନ କିଶନ ଓ ଅଭିଷେକ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଯଥାକ୍ରମେ ୧ ଓ ୨ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ୬୮ ଓ ଦ୍ବିତୀୟ ୩୭ ରନ୍ କରିଥିବା ଭାରତର ନୂଆ ଅଧନାୟକ ଶ୍ରେୟସ ଆୟର ବଡ଼ ଲମ୍ଫ ଦେଇଛନ୍ତି। ସେ ୪୨୫ ସ୍ଥାନ ଡେଇଁ ୯୩ରେ ପହଞ୍ଚିଛନ୍ତି।
ଆହୁରି ପଢନ୍ତୁ :Relationship Faces Trouble: ଅଲଗା ହେବାକୁ ଯାଉଛନ୍ତି ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ
ଦ୍ବିତୀୟ ଟ୍ବଣ୍ଟି-୨୦ରେ ୪୬ ବଲ୍ରୁ ଅପରାଜିତ ୭୬ ରନ୍ କରି ଇଂଲଣ୍ଡକୁ ବିଜୟୀ କରାଇ ଥିବା ଜାକବ ବେଥଲ ୭ ସ୍ଥାନ ଉଠି ଅଷ୍ଟମରେ ଅଛନ୍ତି। ସାମ୍ କରନ୍ ବ୍ୟାଟିଂରେ ୧୨ ସ୍ଥାନ ଉଠି ୧୦୮, ବୋଲିଂରେ ୭୧ ଏବଂ ଅଲ୍ରାଉଣ୍ଡରେ ୧୩ରେ ରହିଛନ୍ତି। ଭେଟେରାନ ଲେଗ୍ ସ୍ପିନର ଆଦିଲ ରସିଦ ତୃତୀୟ ସ୍ଥାନରେ ରହିଛନ୍ତି। ପାଦର୍ପଣ କରିଥଇବା ଦ୍ରୁତ ବୋଲର ଜୋସ୍ ଟଙ୍ଗ ୩୦୧ରେ ଥିଲା ବେଳେ ଅଲ୍ରାଉଣ୍ଡରେ ୱିଲ୍ ଜାକ୍ (ସପ୍ତମ) ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି।

1 hour ago
1


