Cricket: କାଉଣ୍ଟି ଖେଳିବେ କୁଳଦୀପ ଯାଦବ

1 hour ago 1
ARTICLE AD BOX

ଲଣ୍ଡନ: ଭାରତୀୟ ସ୍ପିନର୍‌ କୁଳଦୀପ ଯାଦବ ବୁଧବାର ଆଠଟି କାଉଣ୍ଟି କ୍ରିକେଟ୍‌ ମ୍ୟାଚ୍‌ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ଚଳିତ କାଉଣ୍ଟି ଋତୁରେ ସେ ୟର୍କସାୟାର୍‌ ପକ୍ଷରୁ ଖେଳିବ। ଏ ନେଇ ୟର୍କସାୟାର୍‌ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ଏହି ୩୧ ବର୍ଷୀୟ ଅନ୍ତର୍ଜାତୀୟ ସ୍ପିନର ୫ ୱାନ୍‌ଡେ କପ୍‌ ଖେଳିବେ। ଏହା ପରେ ସେ ହେଡିଂଲେଠାରେ ରୋଥ୍‌ସେ କାଉଣ୍ଟି ଚାମ୍ପିଅନ୍‌ସିପ୍‌ର ଶେଷ ୪ ମ୍ୟାଚ୍‌ ମଧ୍ୟରୁ ୩ଟିରେ ଖେଳିବେ।

ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି କୁଳଦୀପ କହିଛନ୍ତି ଯେ ୟର୍କସାୟାର ପରି ଏକ ଐତିହାସିକ ଦଳ ପକ୍ଷରୁ ଖେଳିବା ତାଙ୍କ ପାଇଁ ଗର୍ବର ବିଷୟ। ଗୁରୁବାରଠାରୁ ଜିମ୍ବୱେ ବିପକ୍ଷରେ ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳୁଥିଲା ବେଳେ ଏହି ଦଳରେ କୁଳଦୀପଙ୍କୁ ସାମିଲ କରାଯାଇ ନାହିଁ। ଅନ୍ୟପକ୍ଷରେ ଭାରତୀୟ ସ୍ପିନର ଆଶୁତୋଷ ଶର୍ମା ନିଜର କାଉଣ୍ଟି ପଦାର୍ପଣରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୪୮ ରନ୍‌ ଦେଇ ୩ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି।

Cricket legend: କ୍ରିକେଟ୍‌ କିଂବଦନ୍ତି ସୋବର୍ସଙ୍କ ଦେହାନ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.