Cricket: ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍‌: ଆଫ୍‌ଗାନିସ୍ତାନ ବିପକ୍ଷରୁ ଭାରତର ଅଭିଯାନ

16 hours ago 2
ARTICLE AD BOX

ନିଶିନ: ଗତ ସଂସ୍କରଣ ବିଜେତା ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ଚଳିତ ଏସୀୟ କ୍ରୀଡ଼ାରେ ସୋମବାର ଆଫ୍‌ଗାନିସ୍ତାନ ବିପକ୍ଷରେ କ୍ବାର୍ଟରଫାଇନାଲ୍‌ ଖେଳି ଅଭିଯାନ ଆରମ୍ଭ କରିବ। ୨୦୨୨ ଏସୀୟ କ୍ରୀଡ଼ା ଫାଇନାଲ୍‌ରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ର ଦ୍ବିତୀୟ ପାଳି ଖେଳ ସମ୍ଭବ ନହେବାରୁ ଭାରତ ଉଚ୍ଚ ମାନ୍ୟତା ଦଳ ହୋଇଥିବାରୁ ସ୍ବର୍ଣ୍ଣ ପଦକ ଜିତିଥିଲା। ଚଳିତ ପ୍ରତିଯୋଗିତାରେ ଆଫ୍‌ଗାନିସ୍ତାନ ଗ୍ରୁପ୍‌-ଏରେ ଜାପାନକୁ ହରାଇଥିଲା ବେଳେ ନେପାଳଠୁ ହାରି ୨ ପଏଣ୍ଟ୍‌ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଛି। ଅନ୍ୟପକ୍ଷ‌ରେ ଶ୍ରେୟସ ଆୟରଙ୍କ ଦଳ ମାନ୍ୟତା ଅନୁଯାୟୀ ସିଧାସଳଖ କ୍ବାର୍ଟରଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛି।

ଏହି ମ୍ୟାଚ୍‌ ପୂର୍ବରୁ ଭାରତ ଆୟୋଜକ ଜାପାନ ବିପକ୍ଷରେ ଖେଳି ଏଠାକାର ପରିବେଶକୁ ଆକଳନ କରି ନେଇଛି। ଏହି ୫ ଓଭରିଆ ମ୍ୟାଚ୍‌ରେ ଭାରତ ୩୨/୪ କରିଥିଲା ବେଳେ ଜାପାନକୁ ୩୦/୩ରେ ଅଟକାଇ କଷ୍ଟକର ବିଜୟ ପାଇଥିଲା।‌ ତେଣୁ ସୋମବାର ଆଫ୍‌ଗାନିସ୍ତାନର ଦୃଢ଼ ସ୍ପିନ୍‌ ବାହିନୀ ବିପକ୍ଷରେ ଭାରତୀୟ ବ୍ୟାଟର୍‌ ଚମକିଲେ ଦଳ ସହଜରେ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିନେବ। ଉଭୟ ଦଳ ପୂର୍ବରୁ ୧୨ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୧୧ ଥର ଜିତିଛି ଓ ଗୋଟିଏ ଫଳଶୂନ୍ୟ ରହିଛି।

ପିଚ୍‌ ଓ ପରିସ୍ଥିତି

ସୋମବାର ନିଶିନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ପାଣିପାଗ ବିଭାଗ କରିଛି। ଫଳରେ ଏହି ମ୍ୟାଚ୍ ବାତିଲ ହୋଇପାରେ। ବାତିଲ ହେଲେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା ଆଧାରରେ ଭାରତ ଉଚ୍ଚରେ ଥିବାରୁ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ। ଶୁକ୍ରବାର ଏହି ପଡ଼ିଆରେ ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଥିଲା।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମ୍‌ସନ୍‌ (ୱିକେଟ୍‌କିପର), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ଅକ୍ଷର ପଟେଲ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ୟଶ୍‌ ଠାକୁର/ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍‌ରା।

Asian Games: ହରଜିନ୍ଦର ନବମ: ଭାରୋତ୍ତୋଳନରୁ ଗୋଟିଏ ରୌପ୍ୟ ସହ ଫେରିଲା ଭାରତ

ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ମହମ୍ମଦ ଆକ୍ରମ, ହାସନ ଇସାଖିଲ, କରିମ ଜନତ, ଦର୍‌ୱିସ ରସୁଲି (ଅଧିନାୟକ), ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ଈଶାକ (ୱିକେଟ୍‌କିପର), ଇସ୍‌ମତ ଆଲାମ, ନାଙ୍ଗେୟାଲିଆ ଖାନ, ଅବ୍‌ଦୁଲ୍ଲା ଅହମଦଜାଇ, ଫରିଦୁନ ଦୌଦଜାଇ, ଆରବ ଗୁଲ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.