ARTICLE AD BOX
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସହଯୋଗୀ ସଦସ୍ୟ ନିର୍ଦେଶକ ଭାବେ ଗୁରୁମୂର୍ତ୍ତି ପଲାନି, ମୁବାସିର ଉସ୍ମାନି ଓ ରୁଡି ଭାନ୍ ଭୁରେନ୍ ନିର୍ବାଚିତ ହୋଇଛନ୍ତି। ତେବେ ଅଭିଜ୍ଞ ପ୍ରଶାସକ ଇମ୍ରାନ ଖୱାଜା ଆଶ୍ଚର୍ଯ୍ୟଜନକ ଭାବେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ବୁଧବାର ଏଡିନ୍ବର୍ଗରେ ଆଇସିସି ବାର୍ଷିକ ସମ୍ମିଳନୀ ଅବସରରେ ଏହି ନିର୍ବାଚନ ହୋଇଥିଲା।
ପଲାନି ୩୫, ଉସ୍ମାନି ଓ ଭୁରେନ୍ ୨୬ ଲେଖଶଏଁ ପାଇଥିଲା ବେଳେ ଅନ୍ୟ ଦୁଇ ପ୍ରାର୍ଥୀ ଖୱାଜା ୨୩ ଓ ମହିନ୍ଦା ଭାଲିପୁରମ ୧୯ ଭୋଟ ପାଇଥିଲେ। ପଲାନି ଓ ଭୁରେନ ପ୍ରଥମ ଥର ପାଇଁ ୧୭ ସଦସ୍ୟ ବିଶିଷ୍ଟ ବୋର୍ଡରେ ପ୍ରବେଶ କରିଥିଲା ବେଳେ ବର୍ତ୍ତମାନର ଡେପୁଟି ଚେୟାରମ୍ୟାନ୍ ଖୱାଜାଙ୍କ ପରାଜୟ ସମସ୍ତଙ୍କୁ ବିସ୍ମିତ କରିଛି। ରବିବାର ଲର୍ଡସରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ରେ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସହ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହାପରେ ବାର୍ଷିକ ସମ୍ମିଳନୀ ପାଇଁ ସ୍କଟଲାଣ୍ଡ ଗସ୍ତ କରିଥିଲେ। ଏଠାରେ ଅନୁଷ୍ଠିତ ଏହି ୪ ଦିନିଆ ସମ୍ମିଳନୀ ୧୧ତାରିଖରେ ଶେଷ ହେବ।
ICC: ଆଇସିସି ପ୍ରସ୍ତୁତ କରୁଛି ଖସଡ଼ା: ମାତୃତ୍ବ ପରେ ଭଲରେ ଫେରିପାରିବେ କ୍ରିକେଟ୍ର

1 hour ago
1


