ARTICLE AD BOX
ତିରୁଅନନ୍ତପୁରମ୍: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଗତ ରବିବାର (ସେପ୍ଟେମ୍ବର ୨୭, ୨୦୨୬) ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ଗୋଟିଏ ଦିନରେ ୬ଟି ଶତକ ହୋଇଛି।
ଦିନିକିଆ ମ୍ୟାଚ୍ରେ ବ୍ୟାଟର୍ମାନଙ୍କ ଦବ୍ଦବା
ରବିବାର ଖେଳାଯାଇଥିବା ତିନୋଟି ଦିନିକିଆ ମ୍ୟାଚ୍ରେ ବ୍ୟାଟର୍ମାନଙ୍କ ଦବ୍ଦବା ଦେଖିବାକୁ ମିଳିଥିଲା। ତିରୁଅନନ୍ତପୁରମ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ୍, ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଏବଂ ଲଣ୍ଡନର ଦି ଓଭାଲରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍ଗୁଡ଼ିକରୁ ଏହି ୬ଟି ଶତକ ଆସିଛି। ବିରାଟ କୋହଲି, ଶୁବମନ ଗିଲ୍, ଜଷ୍ଟିନ୍ ଗ୍ରିଭ୍ସ, ତେମ୍ବା ବାଭୁମା, ଡେଭିଡ୍ ମିଲର୍ ଏବଂ ଟମ୍ ବାଣ୍ଟନ୍ ଶତକ ହାସଲ କରି ଏହି ଐତିହାସିକ ଦିନରେ ନିଜ ନାମ ଲିପବଦ୍ଧ କରିଛନ୍ତି। ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ରେ ବିରାଟ ୧୩୯ ରନ୍ କରିଥିବାବେଳେ ଶୁବମନ ଗିଲ୍ ୧୧୦ ରନ୍ ଓ ଜଷ୍ଟିନ ଗ୍ରେଭ୍ସ ୧୦୧ ରନ୍ କରିଥିଲେ। ଦକ୍ଷିଣ-ଆଫ୍ରିକା-ଅଷ୍ଟ୍ରେଲିଆ ମ୍ୟାଚ୍ରେ ବାଭୁମା ୧୦୩ ଓ ଡେଭିଡ୍ ମିଲର୍ ୧୪୨ ରନ୍ କରିଥିଲେ। ସେହିପରି ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚ୍ରେ ଟମ୍ ବାଣ୍ଟନ୍ ୧୨୬ ରନ୍ କରିଥିଲେ।

4 days ago
7


