Cricket campaign: କ୍ରିକେଟ୍‌ ଅଭିଯାନରେ ରାଜ୍ୟର ୩ ଦଳ

15 hours ago 2
ARTICLE AD BOX

କଟକ: ଜାତୀୟସ୍ତରୀୟ କ୍ରିକେଟ୍‌ ଖେଳିବାକୁ ବୁଧବାର ରାଜ୍ୟର ତିନିଟି ଦଳ ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି। ଓଡ଼ିଶା ମହିଳା କ୍ରିକେଟ୍‌ ଦଳ ରାଜକୋଟ ଯାତ୍ରା କରିଥିଲା ବେଳେ ପୁରୁଷ ଦଳ କୋଲକାତା ଯାଇଛି। ସେହିଭଳି ୧୬ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଖେଳିବାକୁ ଓଡ଼ିଶା ୧୬ବର୍ଷରୁ କମ୍‌ ପୁରୁଷ କ୍ରିକେଟ୍‌ ଦଳ ବେଙ୍ଗାଲୁରୁ ଯାତ୍ରା କରିଛି। 

କୋଲକାତା ଗଲା ପୁରୁଷ ଦଳ
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି କ୍ରିକେଟ୍‌ ପାଇଁ ଓଡ଼ିଶାର ୨୦ଜଣିଆ ବରି‌ଷ୍ଠ ପୁରୁଷ କ୍ରିକେଟ ଦଳ ବୁଧବାର କୋଲକାତା ଯାତ୍ରା କରିଛନ୍ତି। ଦଳରେ ସ୍ବସ୍ତିକ ସାମଲ (ଅଧିନାୟକ), ଶୁଭ୍ରାଂଶୁ ସେନାପତି, ଓମ୍‌. ଟି. ‌ମୁଣ୍ଡେ, ଗୌରବ ଚୌଧୁରୀ, ଆଦିତ୍ୟ ରାଉତ, କାର୍ତ୍ତିକ ବିଶ୍ବାଳ, ଅଭିଷେକ ଯାଦବ, ସୌମ୍ୟରଞ୍ଜନ ବିଶ୍ବାଳ, ଆଶୀର୍ବାଦ ସ୍ବାଇଁ, ସୌରଭ ଗୌଡ଼, ସର୍ବେଶ୍ବର ମହାନ୍ତି, ସୌମ୍ୟରଞ୍ଜନ ଲେଙ୍କା, ନିନାଦ ରଥୱା, ଲଳିତ ଯାଦବ, ଦେବବ୍ରତ ପ୍ରଧାନ, ଭଗିଶ ଶର୍ମା, ପ୍ରଦୀପ ପ୍ରଧାନ, ବିମଳ କୁମାର, ଓମ୍‌କାର ମହାନ୍ତି, ବାଦଲ ବିଶ୍ବାଳ ଅଛନ୍ତି। ମୁଖ୍ୟ ପ୍ରଶିକ୍ଷକ ପ୍ରଭଞ୍ଜନ ମଲ୍ଲିକ, ସହକାରୀ ପ୍ରଶିକ୍ଷକ ପ୍ରୀତମଜିତ ଦାସ, ପ୍ରବନ୍ଧକ ସତବୀର ସିଂହ ରିଆର, ସୁଜୟ କୁମାର ଆଚାର୍ଯ୍ୟ, ଫିଜିଓ ରୋନି ଚାଟାର୍ଜୀ, କଣ୍ଡିସନିଂ କୋଚ୍‌ ସଞ୍ଜୀବ ଦାସ, ଭିଡିଓ ଆନାଲିଷ୍ଟ ଶାରଦା ବିଶ୍ବାଳ, ସାଇଡ ଆର୍ମ ଥ୍ରୋ’ ବିଶେଷଜ୍ଞ ସୃତି ସାଗର ପରିଡ଼ା, କପିଲ ବୁନ୍ଦେଲା ମଧ୍ୟ ଦଳ ସହ କୋଲକାତା ଗସ୍ତରେ ଯାଇଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେଉଥିବା ବେଳେ ଇଡେନ ଗାର୍ଡେନ୍‌ରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ ଗୁଜୁରାଟ ବିପକ୍ଷରେ ଖେଳିବ।

Ladakh protest: ନିର୍ବାଚନ ବିରୋଧରେ ପୁଣି ଆନ୍ଦୋଳନ ଚେତାବନୀ ଦେଲେ ୱାଙ୍ଗଚୁକ୍‌

୧୬ବର୍ଷରୁ କମ୍‌ ଦଳର ବେଙ୍ଗାଲୁରୁ ଗସ୍ତ 
୧୬ ବର୍ଷରୁ କମ୍‌ ପୁୁରୁଷ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ ପାଇଁ ଓଡ଼ିଶାର ୧୮ଜଣିଆ କନିଷ୍ଠ ଦଳ ବେଙ୍ଗାଲୁରୁ ଯାତ୍ରା କରିଛି। ଓଡ଼ିଶା କନିଷ୍ଠ ଦଳରେ ମିଧାଂଶୁ ଦାସ(ଅଧିନାୟକ), ଅଭିଜିତ ନାଥ, ଅଂଶୁମାନ ପଟ୍ଟନାୟକ, ଅନ୍‌ସୁଲ ବାରିକ, ଅର୍ଜୁନ ରାଉତ, ଅର୍ପିତ ପ୍ରଧାନ, ଦେବାହଂସ ସାହୁ, ଜେମ୍‌ସ ଲୀମା, ଓମ୍‌ପ୍ରକାଶ ସାହୁ, ପ୍ରିୟାଂଶୁ ପ୍ରିୟଦର୍ଶୀ, ଋଷବ ଶର୍ମା, ସାଇଦିତ୍ୟ ମହାନ୍ତି, ସମରଜିତ ସାହୁ, ସିଦ୍ଧେଶ୍ବର ବାଗ, ଶେଖ କଲିମୁଦ୍ଦିନ, ଶ୍ଲୋକ ସଂକଳ୍ପ ନାୟକ, ଶୁଭମ୍‌ ପରିଡ଼ା, ସୁରଜ ଜୈସ୍ବାଲ ରହିଥିବା ବେଳେ ଦଳ ସହ ମୁଖ୍ୟ ପ୍ରଶିକ୍ଷକ ଶାନ୍ତନୁ ‌ଘୋଷ, ବ୍ୟାଟିଂ ପ୍ରଶିକ୍ଷକ ରଶ୍ମିରଞ୍ଜନ ଦାସ, ସହକାରୀ ପ୍ରଶିକ୍ଷକ ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରବନ୍ଧକ ପ୍ରଶାନ୍ତ ‌ଜେନା, ସୂର୍ଯ୍ୟକାନ୍ତ ‌‌ଜେନା, ଫିଜିଓ ଦୀନେଶ ସାହୁ, କଣ୍ଡିସନିଂ କୋଚ ସୌର୍ଯ୍ୟରଞ୍ଜନ ରାୟ, ଭିଡିଓ ଆନାଲିଷ୍ଟ କିରଣ କୁମାର ଭୋଇ ବେଙ୍ଗାଲୁର ଯାତ୍ରା କରିଛନ୍ତି। ଆସନ୍ତା ୧୪ରେ ଓଡ଼ିଶା କନିଷ୍ଠ ଦଳ ପ୍ରଥମ ମ୍ୟାଚ ହାଇଦ୍ରାବାଦ ବିପକ୍ଷରେ ଖେଳିବ।

Education: ସ୍କୁଲକୁ ପିଲା ଆସିଲେ କିନ୍ତୁ ଛାଡିନି ବନ୍ୟାର ଚିହ୍ନ, ଖରାରେ ଶୁଖୁଛି ବହି ଓ ଖାତା

ରାଜକୋଟ ଯାତ୍ରା‌ କଲେ ମହିଳା
ଆସନ୍ତା ୧୪ତାରିଖରୁ ଆରମ୍ଭ ହେଉଥିବା ବିିସିସିିଆଇ ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତା ପାଇଁ ଓଡ଼ିଶାର ୧୭ ଜଣିଆ ଦଳ ବୁଧବାର ରାଜକୋଟ ଗସ୍ତ କରିଛି। ଏହି ଦଳରେ ଅଲିପ୍ସା ବିଶ୍ବାଳ(ଅଧିନାୟିକା), ଅନନ୍ୟା ମିଶ୍ର, ଆଞ୍ଜେଲ ରାଜ୍‌, ଅଙ୍କିତା ଗିରି, ଦିବ୍ୟା ରାଉତରାୟ(ୱିକେଟ ରକ୍ଷକ), ଜ୍ୟୋତି କୁମାରୀ ପ୍ରସାଦ, କଳାଂଶୀ ଧ୍ରିତ୍ୟା, ଲକ୍ଷ୍ମୀ ଯାଦବ, ପ୍ରିୟଙ୍କାରୀ ମୁଦୁଲି, ଏସ୍‌ବି ଲରେନ୍‌ସ, ସାଇ କୃପା, ସାରଦା ମହାନନ୍ଦ, ଶ୍ରେୟା ପ୍ରିୟଦର୍ଶିନୀ, ସୁଚିସ୍ମିତା ପଣ୍ଡା, ସୁଲଗ୍ନା ନାୟକ, ତନ୍ମୟୀ ବେହେରା, ମିତାଲି ଶର୍ମା ରହିଥିବା ବେଳେ ସମର୍ଥକ ଷ୍ଟାଫ ଭାବେ ଦଳ ସହ ମୁଖ୍ୟ ପ୍ରଶିକ୍ଷିକା ସ୍ବାଗତିକା ରଥ, ସହକାରୀ ପ୍ରଶିକ୍ଷକ ଶୁଭେନ୍ଦୁ କୁମାର ସାମଲ, ପ୍ରବନ୍ଧକ ଗଙ୍ଗୋତ୍ରି ବେହେରା, ଫିଜିଓ ନାଫିଶା ନେହା ସବନମ୍, କଣ୍ଡିସନିଂ କୋଚ ବିନୁ ସାହୁ, ଭିଡିଓ ଆନାଲିଷ୍ଟ ଗାୟତ୍ରୀ ବେହେରା ରାଜକୋଟ ଯାତ୍ରା କରିଛନ୍ତି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ ୧୪ତାରିଖରେ ହିମାଚଳପ୍ରଦେଶ ବିପକ୍ଷରେ ଖେଳିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.