CREDAI: କ୍ରେଡାଇ ଭୁବନେଶ୍ବରର ସାଧାରଣ ପରିଷଦ ବୈଠକ

1 hour ago 1
ARTICLE AD BOX

ଭୁବନେଶ୍ବର:କ୍ରେଡାଇ ଭୁବନେଶ୍ବରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦକ କଳିଙ୍ଗ କେଶରୀ ରଥ ସ୍ବାଗତ ଭାଷଣରେ ରିଅଲ ଇଷ୍ଟେଟ୍‌ ଶିଳ୍ପର ନୈତିକ, ସ୍ବଚ୍ଛ ଓ ନିରନ୍ତର ବିକାଶ ଉପରେ ଆଲୋକପାତ କରିଥିଲେ।

କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ସ୍ବଦେଶ କୁମାର ରାଉତରାୟ ପ୍ରଗତିଶୀଳ ସରକାରୀ ନୀତି, ସହଜ ବ୍ୟବସାୟ ବାତାବରଣ, ଶୀଘ୍ର ମଞ୍ଜୁରି ଉପରେ ଗୁରୁତ୍ବାରୋପ କରିଥିଲେ। କ୍ରେଡାଇ ଓଡ଼ିଶାର ସଭାପତି ଅନିଲ କୁମାର ଅଗ୍ରୱାଲ ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟି ପାଇଁ ରିଅଲ ଇଷ୍ଟେଟ୍‌ କ୍ଷେତ୍ରର ଭୂମିକା ସମ୍ପର୍କରେ କହିଥିଲେ। କ୍ରେଡାଇ ଭୁବନେଶ୍ବରର ସଭାପତି ଶେଖ ମିରାଜୁଲ ହକ୍‌ ସଂଘର ଭବିଷ୍ୟତ ରୋଡ୍‌ମ୍ୟାପ୍‌ ଉପସ୍ଥାପନ କରିଥିଲେ। ଏହି ଅବସରରେ ୟୁଟୋପିଆ ରିଅଲଟର୍ସର ଏମ୍‌ଡି ଦୀପକ ଅଗ୍ରୱାଲ ଓ ନେଷ୍ଟ ଆସେଟ୍‌ସର ଏମ୍‌ଡି ସୂର୍ଯ୍ୟକାନ୍ତ ମଲ୍‌ଲିକ ଓ ନିର୍ଦ୍ଦେଶକ ଆଦର୍ଶ କୁମାରଙ୍କୁ ନୂଆ ସଦସ୍ୟ ଭାବେ ସ୍ବାଗତ କରାଯାଇଥିଲା।

Arrested: ଜାଲିଆତି କରି ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ, ବନ୍ଧା ହେଲେ ବାପ ପୁଅ

Read Entire Article
LEFT SIDEBAR AD

Hidden in mobile, Best for skyscrapers.