Cow Rescued: ଅଜଣା ଗାଡ଼ି ଧକ୍କାରେ ଅଜଣା ଗାଈ କ୍ଷତବିକ୍ଷତ, ଉଦ୍ଧାର କଲେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ କର୍ମଚାରୀ

1 month ago 16
ARTICLE AD BOX

ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲାବାଲିଶଙ୍କରା ବ୍ଲକ ବନ୍ଧବାହାଲ ପଂଚାୟତ ବନ୍ଧବାହାଲ ବରଡ଼ିହ ଛକରେ ଆଜି ଦ୍ରୁତଗତିରେ ଯାଉଥିବା ଏକ ଅଜଣା ପିକଅପଟି ଏକ ଗାଈକୁ ଧକ୍କା ଦେଇଥିଲା। ଧକ୍କା ହେବାରୁ ଗାଈଟି ରାସ୍ତାରୁ ଛିଟିକି ପଡି ରାସ୍ତାକଡ଼ରେ କ୍ଷତବିକ୍ଷତ ହୋଇ ଛଟପଟ ହେଉଥିଲା। ଗ୍ରାମବାସୀ ଦେଖି ଭ୍ରାମ୍ୟମାଣ ଭ୍ୟାନକୁ ଖବର ଦେଇଥିଲେ।

Accident: ବଲେରୋ- କମାଣ୍ଡର ଧକ୍କା: ୨ ମୃତ, ଏକାଧିକ ଯାତ୍ରୀ ଗୁରୁତର

ଲୋକେ ଅଣଦେଖା କରିନଥିଲେ

ଖବର ପାଇ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଗାଈଟିକୁ ଉଦ୍ଧାର କରି ବାଡ଼ି ସାହାଯ୍ୟରେ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ଆଣି ଗାଈର ଚିକିତ୍ସା କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ପଡା ବସବାସ କରୁଥିବା ବ୍ୟକ୍ତିମାନେ ଗାଈକୁ ଖାଦ୍ୟ ଓ ଜଳ ଦେଇ ସେବା କରିଥିଲେ। ପଶୁଟିଏ ବୋଲି  ଲୋକେ ଅଣଦେଖା ନକରି ଗାଈର ସେବା କରି ଦାୟିତ୍ୱ ତୁଳାଉଥିବା ଦେଖି ପ୍ରସଂସାର ସୁଅ ଛୁଟିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.