COVID-19: ୮ ଦେଶରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧: ବୈଜ୍ଞାନିକଙ୍କ ବଢ଼ିଲା ଚିନ୍ତା

52 minutes ago 1
ARTICLE AD BOX

ୱାସିଂଟନ: ଉତ୍ତର ଆମେରିକା ସମେତ ଅନେକ ମହାଦେଶରେ ଦ୍ରୁତ ଗତିରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧ ବ୍ୟାପିବାରେ ଲାଗିଛି। ଏହା ସ୍ୱାସ୍ଥ୍ୟ ଏଜେନ୍ସିମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଏହା ପ୍ରଥମେ କାନାଡାର ଅଣ୍ଟାରିୟାରେ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଆଠଟି ଦେଶରେ କାୟା ବିସ୍ତାର କରିଛି। ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ୟୁରୋପ ଏବଂ ଏସୀୟ ଦେଶଗୁଡ଼ିକରେ ଏହା ବ୍ୟାପିଥିବା ରିପୋର୍ଟ କରାଯାଇଛି। 

ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଭାରିଆଣ୍ଟ ସଂକ୍ରମଣର ଆଉ ଏକ ଲହର ସୃଷ୍ଟି କରିପାରିବ କି ନାହିଁ ସେ ବିଷୟରେ ଚିନ୍ତା ସୃଷ୍ଟି ହୋଇଛି। ଏହି ଭାରିଆଣ୍ଟରେ ସ୍ପାଇକ୍ ପ୍ରୋଟିନରେ ଅସାଧାରଣ ଭାବରେ ଅଧିକ ସଂଖ୍ୟକ ମ୍ୟୁଟେସନ ଅଛି। ଏହା ଭାଇରସର ଏକ ଅଂଶ ଯାହା ଏହାକୁ ମାନବ କୋଷରେ ପ୍ରବେଶ କରିବାରେ ସାହାଯ୍ୟ କରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକ ଏହି ପ୍ରକାରର ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ଉପରେ କଡ଼ା ନଜର ରଖିଛନ୍ତି। କାନାଡା, ଆମେରିକା, ସ୍ପେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇସ୍ରାଏଲ, ସିଙ୍ଗାପୁରରେ ଏହି ଭାରିଆଣ୍ଟରେ ଲୋକେ ଆକ୍ରାନ୍ତ ହୋଇଥିବାର ରିପୋର୍ଟ ମିଳିଛି।

ଆଣ୍ଟିବଡିକୁ ଅକାମୀ କରିବାକୁ ଅଧିକ ସକ୍ଷମ
ଜର୍ଣ୍ଣାଲ ଅଫ୍ ଇନଫେକ୍ସନ ଏହି ଭାରିଆଣ୍ଟ ଉପରେ ଏକ ପ୍ରାରମ୍ଭିକ ଅଧ୍ୟୟନ ପ୍ରକାଶ କରିଛି। ଅଧ୍ୟୟନରୁ ଜଣାପଡିଛି ଯେ, ଏହାର ଦ୍ରୁତ ପ୍ରସାର ଏସିଇ-୨ ରିସେପ୍ଟର ସହିତ ଦ୍ରୁତ ଭାବରେ ବନ୍ଧନ ଯୋଗୁଁ ହୋଇପାରେ। ଏହି ପରିବର୍ତ୍ତନ ଯୋଗୁଁ, ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ମାନବ କୋଷରେ ଅଧିକ ସହଜରେ ପ୍ରବେଶ କରିବାକୁ ସକ୍ଷମ। ଗବେଷକମାନେ ଏପରି କୌଣସି ପ୍ରମାଣ ପାଇନାହାନ୍ତି ଯେ, ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ଟୀକାରୁ ପ୍ରାପ୍ତ ଆଣ୍ଟିବଡିକୁ ଅକାମୀ କରିବାକୁ ଅଧିକ ସକ୍ଷମ। ଏହାର ଲକ୍ଷଣ ସାଧାରଣ ଥଣ୍ଡା ଏବଂ ଫ୍ଲୁ ପରି।

Marco Rubio: ଇରାନ ବିରୋଧରେ ଆଉ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ: ମାର୍କୋ ରୁବିଓ

ଏହା କୋଭିଡ୍-୧୯ ମହାମାରୀ ଆରମ୍ଭରେ ଯେପରି ଗୁରୁତର ଅସୁସ୍ଥତା କିମ୍ବା ମୃତ୍ୟୁର କାରଣ ହେଉନାହିଁ। କିନ୍ତୁ ଏହା ଯୋଗୁଁ ଦୁର୍ବଳ ସ୍ୱାସ୍ଥ୍ୟ ଥିବା ଲୋକଙ୍କ ପାଇଁ ବିପଦ ରହିଛି। ଡାକ୍ତରମାନେ କହିଛନ୍ତି ଯେ ଏହି ନୂତନ ଭାରିଆଣ୍ଟ ଅନ୍ୟ ସାମ୍ପ୍ରତିକ ଭାରିଆଣ୍ଟ ତୁଳନାରେ ଅଧିକ ବିପଦପୂର୍ଣ୍ଣ ମନେହେଉ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ଭାରିଆଣ୍ଟର ଲକ୍ଷଣଗୁଡ଼ିକ ମଧ୍ୟ ସାଧାରଣ ଥଣ୍ଡା ସହିତ ସମାନ। କିନ୍ତୁ ସଠିକ୍ ଚିହ୍ନଟ ପାଇଁ ଆଣ୍ଟିଜେନ୍ ପରୀକ୍ଷା ଆବଶ୍ୟକ। ଜିନୋମିକ୍ ସିକ୍ବୋସିଙ୍ଗ୍ ମାଧ୍ୟମରେ ଭାଇରସର ଭାରିଆଣ୍ଟଗୁଡ଼ିକୁ ଚିହ୍ନଟ କରାଯାଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.