Accident: ପାଲଲହଡ଼ାରେ ଏସ୍‌ପିଙ୍କ ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌, ଏସ୍‌ପି ଓ ଡ୍ରାଇଭର ଗୁରୁତର

1 hour ago 1
ARTICLE AD BOX

ପାଲଲହଡ଼ା (ରଘୁନନ୍ଦନ ଆଚାର୍ଯ୍ୟ): ପାଲଲହଡ଼ା ଥାନା ଅନ୍ତର୍ଗତ କାଇଁସରିପାଲି ଛକ ନିକଟରେ ଗତ ମଧ୍ୟରାତ୍ରିରେ ଏକ ଭୟାବହ ସଡ଼କଦୁର୍ଘଟଣାଘଟିଛି। ଏକ ଅଜଣା ମାଲବାହୀ ଟ୍ରକ୍‌ ର ଧକ୍କାରେ କଟକ ଓ ରାଉରକେଲା ଜିଆରପି ଦାୟିତ୍ୱରେ ଥିବା ଏସ୍‌ପି କୃଷ୍ଣ ପ୍ରସାଦ ଦାସ ଏବଂ ତାଙ୍କ ଗାଡ଼ି ଚାଳକ ତାରାକାନ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏସ୍‌ପି ଶ୍ରୀ ଦାସ ଓ ତାଙ୍କ ଡ୍ରାଇଭର ଏକ ବୋଲେରୋ ଗାଡ଼ିରେ କଟକରୁ ରାଉରକେଲା ଅଭିମୁଖେ ଯାଉଥିଲେ। ଏହି ସମୟରେ କାଇଁସରିପାଲି ଛକ ନିକଟରେ ଏକ ଅଜଣା ମାଲବାହୀ ଟ୍ରକ୍‌ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍‌ଦାର ଥିଲା ଯେ ଉଭୟ ଗାଡ଼ି ଭିତରେ ଫସି ରହିବା ସହ ଗୁରୁତର ଆହତ ହୋଇଥିଲେ।

କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପାଲଲହଡ଼ା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ଉଭୟଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇଥିଲା। ପରେ ଆହତ ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପାଳଲହଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପାଲଲହଡ଼ା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବା ସହ ପରେ ଚିକିତ୍ସାଳୟକୁ ଯାଇଥିଲା। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ପାଇଁ ପ୍ରଥମେ କେନ୍ଦୁଝର ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Suspended IIC: ମାଆ ପୁଅଙ୍କୁ ଥାନା ଭିତରେ ମାଡ଼ ମାରିବା ଘଟଣା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଅଜଣା ମାଲବାହୀ ଟ୍ରକ୍‌ର ଏଯାଏଁ କୌଣସି ସନ୍ଧାନ ମିଳିନାହିଁ। ପାଲଲହଡ଼ା ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.