ARTICLE AD BOX
ବ୍ୟକ୍ତିଗତ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ଉପଭୋକ୍ତା ଆୟୋଗଙ୍କ ନିର୍ଦ୍ଦେଶ
ନବରଙ୍ଗପୁର(ସୁରେଶ ନାଇଡ଼ୁ): ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ କଟକଙ୍କ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରିବା ପ୍ରସଙ୍ଗରେ ଟିପିଏସଓଡିଏଲ୍ର ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। କାର୍ଯ୍ୟକାରୀ ସଭାପତି ଡି.କେ. ମହାପାତ୍ର, ସଦସ୍ୟ ହେମନ୍ତ କୁମାର ମହାନ୍ତି ଓ ସଦସ୍ୟ ଏସ୍.ଏଲ୍. ପଟ୍ଟନାୟକଙ୍କ ଖଣ୍ଡପୀଠ ଆସନ୍ତା ନଭେମ୍ବର ୧୯ ତାରିଖରେ ଉଭୟ ଯନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Tata Power Investment ଓଡ଼ିଶାରେ ଟାଟା ପାୱାର ୫ ବର୍ଷରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ
ମାମଲାର ବିବରଣୀ ଅନୁସାରେ, ନବରଙ୍ଗପୁର ରାଜୁସାହି ବାସିନ୍ଦା ସିଏଚ୍. ଈଶ୍ୱର ରାଓଙ୍କ ବାସଗୃହକୁ ନୂତନ ବିଦ୍ୟୁତ ସଂଯୋଗ ନିମନ୍ତେ ଆବେଦନ ଦାଖଲ କରି ସମୁଚିତ ଦେୟ ପୈଠ କରିଥିଲେ। ବାରମ୍ବାର ବିଦ୍ୟୁତ୍ ବିତରଣ କମ୍ପାନୀଙ୍କ ନିକଟରେ ଅନୁରୋଧ କରିବା ସତ୍ତ୍ୱେ ତାଙ୍କୁ ନୂଆ ସଂଯୋଗ ଦିଆଯାଇ ନଥିଲ। ଏଥିପାଇଁ ସେ ନବରଙ୍ଗପୁର ଜିଲ୍ଲା ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଜିଲ୍ଲା ଅଦାଲତ ଯଥାଶୀଘ୍ର ନୂଆ ସଂଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଦ୍ୟୁତ୍ କର୍ତ୍ତୃପକ୍ଷ ଆଦେଶ ପାଳନ ନକରି ରାଜ୍ୟ ଖାଉଟି କମିଶନ ନିକଟରେ ଅପିଲ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି କରି ରାଜ୍ୟ ଉପଭୋକ୍ତା ଆୟୋଗ ୨୦୨୬ ଅଗଷ୍ଟ ୬ ରେ ବିଦ୍ୟୁତ୍ ସଂଯୋଗ ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରିନଥିଲା।
Bharat Electricity Summit 2026: ଭାରତ ବିଦ୍ୟୁତ୍ ସମ୍ମିଳନୀ ୨୦୨୬; ବିଦ୍ୟୁତସେବା ମୂଲ୍ୟାଙ୍କନରେ ଟାଟା ପାୱାର ଓଡ଼ିଶାକୁ ମିଳିଛି ଏ ଗ୍ରେଡ୍
ଏହାପରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ତରଫରୁ ଏକ ଶପଥପାଠ ଦାଖଲ କରାଯାଇ ଶକ୍ତି ବିଭାଗର ‘ୟୁଟିଲିଟି ସିଫ୍ଟିଂ ସ୍କିମ୍’ ଅଧୀନରେ ଖୁଣ୍ଟ ସ୍ଥାନାନ୍ତର ପାଇଁ ପ୍ରସ୍ତାବ ପଠାଯାଇଥିବା ଦର୍ଶାଯାଇଥିଲା। କିନ୍ତୁ ଆୟୋଗ ଉକ୍ତ ଯୁକ୍ତିକୁ ଅସଙ୍ଗତ ଦର୍ଶାଇ ସେପ୍ଟେମ୍ବର ୨୧ ତାରିଖର ଶପଥପାଠକୁ ଖାରଜ କରିଦେଇଛନ୍ତି। ଅଦାଲତଙ୍କ ଆଦେଶ ଅବମାନନା ଅଭିଯୋଗରେ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ର ଧାରା ୭୧ ଅନୁଯାୟୀ କାହିଁକି ଆଦେଶ ପାଳନ କରାଯାଇ ନାହିଁ, ସେ ନେଇ କାରଣ ଦର୍ଶାଇବାକୁ ନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ଧାରା ୭୨ ଅନୁଯାୟୀ ଦଣ୍ଡବିଧାନ ଓ ଜୋରିମାନା କାହିଁକି ଲାଗୁ ହେବନାହିଁ ସେ ନେଇ ଜବାବ ମଗାଯାଇଛି। କମିଶନରେ ଆଇନଜୀବୀ ସୁବ୍ରତ କୁମାର ନନ୍ଦ, ସହଯୋଗୀ ବ୍ରଜେନ୍ଦ୍ର କୁମାର ସିହ୍ନା ଓ ଜିଲ୍ଲା ଖାଉଟି ଅଦାଲତରେ ଆଇନଜୀବୀ ରାମ ପ୍ରସାଦ ପାତ୍ର ମାମଲା ପରିଚାଳନା କରୁଛନ୍ତି।

44 minutes ago
1


