ARTICLE AD BOX
ପ୍ରସିଦ୍ଧ ୟୁଟ୍ୟୁବର୍ ତଥା ପଡ୍କାଷ୍ଟର୍ ରଣବୀର ଇଲାହାବାଦିୟା ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ତାଙ୍କ ଦାବି ହେଲା ଆଜି ଦିନରେ କଣ୍ଟେଣ୍ଟ କ୍ରିଏଟର୍ମାନେ ଅଧିକାଂଶ ବଲିଉଡ୍ ଅଭିନେତାଙ୍କଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ସ୍ବାଭାବିକ ଭାବେ ଅନେକ ଲୋକ ବିଚାର କରନ୍ତି ଯେ ବଲିଉଡ୍ ସେଲିବ୍ରିଟିମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିବ। ହେଲେ ବାସ୍ତବ ସ୍ଥିତି ଭିନ୍ନ। ବଲିଉଡ୍ର ଶୀର୍ଷ ୩୦ ଅଭିନେତା ହିଁ ଭଲ ଟଙ୍କା ଆୟ କରନ୍ତି। ବଲିଉଡ୍ ତୁଳନାରେ ଆଜିର କଣ୍ଟେଣ୍ଟ କ୍ରିଏଟର୍ଙ୍କ ଅର୍ଥନୀତି ଅଧିକ ଲୋଭନୀୟ ବୋଲି ରଣବୀରଙ୍କ ମତ। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ କଣ୍ଟେଣ୍ଟ କ୍ରିଏସନ୍ ଚଳଚ୍ଚିତ୍ର ଶିଳ୍ପ ତୁଳନାରେ ଅଧିକ ଲୋକଙ୍କୁ ସୁଯୋଗ ପ୍ରଦାନ କରୁଛି। ହଜାର ହଜାର ଲୋକ ଏହି କ୍ଷେତ୍ରରେ ସ୍ଥାୟୀ ରୋଜଗାର କରିପାରିବେ ଏବଂ ସେମାନଙ୍କ ମଧ୍ୟରୁ ଅନେକ, ଅଭିନେତାମାନଙ୍କ ପରି ପ୍ରସିଦ୍ଧି ଅର୍ଜନ ନ କରି ବି ଅଧିକ ଅର୍ଜନ କରିପାରିବେ।
Vedanta Aluminium: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା, ନେତୃତ୍ବ ଓ ବିକାଶର ସୁଯୋଗ
‘ଏକ୍ସ’ରେ ରଣବୀର ନିଜର ମତ ରଖିବା ପରେ ଏକ ବିତର୍କ ଆରମ୍ଭ ହୋଇଯାଇଛି। ଗୋଟିଏ ଗୋଷ୍ଠୀ ତାଙ୍କ କଥା ସହ ସହମତ ହେଉଥିବାବେଳେ ଅନ୍ୟମାେନ ପ୍ରତିଯୁକ୍ତି ଉପସ୍ଥାପନ କରିଛନ୍ତି। ସେମାନେ କହୁଛନ୍ତି ଯେ ଠିକ୍ ବଲିଉଡ୍ ଶିଳ୍ପ ପରି ଖୁବ୍ କମ୍ କଣ୍ଟେଣ୍ଟ କ୍ରିଏଟର୍ଙ୍କୁ ଭଲ ଆୟର ସୁଯୋଗ ମିଳେ, ଅନ୍ୟମାନଙ୍କୁ ସଂଘର୍ଷ କରିବାକୁ ପଡ଼େ। ସାମାଜିକ ଗଣମାଧ୍ୟମ କମ୍ପାନିମାନଙ୍କ ଗୋଟିଏ ନିଷ୍ପତ୍ତି ଯୋଗୁଁ ରାତାରାତି କଣ୍ଟେଣ୍ଟ କ୍ରିଏଟର୍ମାନଙ୍କ କ୍ୟାରିଅର୍ ବୁଡ଼ିଯାଇପାରେ। ତେବେ ରୋଚକ କଥା ହେଲା, ଉଭୟ ଶିଳ୍ପରେ କାମ କରିବାର ଅଭିଜ୍ଞତା ଥିବା କିଛି ସେଲିବ୍ରିିଟି ରଣବୀରଙ୍କ କଥାକୁ ସମର୍ଥନ କରନ୍ତି। ଉଦାହରଣ ସ୍ବରୂପ ବଲିଉଡ୍ ନିର୍ଦେଶକ ତଥା କୋରିଅଗ୍ରାଫର୍ ଫରାହ ଖାଁ ଏକଦା କହିଥିଲେ ଯେ ୨୦୨୪ରେ ୟୁଟ୍ୟୁବ୍ରେ ଭିଡିଓ ଛାଡ଼ିବା ପରଠୁ ସେ ନିଜ କ୍ୟାରିଅର୍ର ସର୍ବାଧିକ ରୋଜଗାର କରିଛନ୍ତି। ସେ ଗୋଟିଏ ବର୍ଷରେ କଣ୍ଟେଣ୍ଟ କ୍ରିଏଟର୍ ଭାବେ ଯେତିକି ଆୟ କରିଛନ୍ତି, ହିଟ୍ ଚଳଚ୍ଚିତ୍ର ନିର୍ମାଣ କରିବା ସମୟରେ ବି ସେତିକି ଆୟ କରୁ ନଥିଲେ।
Health: ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ

1 hour ago
1


